ଆଣ୍ଟିଲିଆର କେତେ ମହଲାରେ ରୁହନ୍ତି ମୁକେଶ ଓ ନୀତା ଅମ୍ୱାନୀ ?

ଆଣ୍ଟିଲିଆର କେତେ ମହଲାରେ ରୁହନ୍ତି ମୁକେଶ ଓ ନୀତା ଅମ୍ୱାନୀ ?

ସାଧାରଣ ଲୋକଟିଏ ରହିବା ପାଇଁ ନିଜର ଘରକୁ ସୁନ୍ଦର କରି ବନାଇଥାଏ । ସେ ଧନୀ ହେଉ କି ଗରିବ ସମସ୍ତେ ନିଜ ନିଜ ଘରକୁ ସୁସଜ୍ଜିତ କରିଥାନ୍ତି । ଝାଟିମାଟିର କୁଡିଆ ଘର ହେଉ କି ରାଜ ଉଆସ ସମସ୍ତେ ନିଜ ଘରେ ରହିବାକୁ ପସନ୍ଦ କରିଥାନ୍ତି । ତେବେ ଆଜି ଚାଲନ୍ତୁ ଜାଣିବା ଦିନିଆର ସବୁଠୁ ବଡ ଏବଂ ଦାମୀ ଘର କେଉଁଟା । ଦର୍ଶକବନ୍ଧୁ ମୁକେଶ ଅମ୍ୱାନୀଙ୍କ ନାମ ତ ଆପଣମାନେ ଶୁଣିଥିବେ ଏବଂ ଜାଣିଥିବେ ମଧ୍ୟ । ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରପର୍ଶନ ମୁକେଶ ଅମ୍ୱାନୀଙ୍କ ଘର ମଧ୍ୟ କୌଣସି ମହଲଠାରୁ କମ୍ ନୁହେଁ । ଅମ୍ୱାନୀ ପରିବାର ଯେଉଁ ଘରେ ରହୁଛନ୍ତି ତାର ନାମ ହେଉଛି ଆଣ୍ଟିଲିଆ । ଭାରତର ସବୁଠାରୁ ଧନୀବ୍ୟକ୍ତି ମୁକେଶ ଅମ୍ୱାନୀଙ୍କର ଘର ହେଉଛି ଆଣ୍ଟିଲିଆ । ଯାହାର ଦାମ 15 ହଜାର କୋଟି ଚଙ୍କାରୁ ଅଧିକା । ତେବେ ଆଣ୍ଟିଲିଆର କେଉଁ ମହଲାରେ ରୁହନ୍ତି ଅମ୍ୱାନୀ ଦମ୍ପତି ? ଏହି 27 ମହଲା ବିଶିଷ୍ଟ ଆଣ୍ଟିଲିଆରେ ମୁକେଶ ଅମ୍ୱାନୀଙ୍କ ପରିବାରର ସମସ୍ତେ ରହିଥାନ୍ତି । ଆଣ୍ଟିଲିଆର ବିଶେଷତା ପାଇଁ ଏହା ପ୍ରାୟତଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ । କୁହାଯାଏକି ଆଣ୍ଟଲାଟିକ ମହାସାଗରର ଏକ ପୌରାଣିକ ଦ୍ୱୀପର ନାମ ଅନୁଯାୟୀ ମୁକେଶ ଅମ୍ୱାନୀଙ୍କ ଏହି ଘରର ନାମ ରଖାଯାଇଛି । ଏହି ଘରର ଉଚ୍ଚତା 27 ମହଲା ବିଶିଷ୍ଟ ହୋଇଥିବା ବେଳେ ପ୍ରାୟ 4ଲକ୍ଷ ସ୍କ୍ୱାୟର ଫୁଟରେ ତିଆରି ହୋଇଛି । 2010 ମସିହାରେ ମୁକେଶଙ୍କ ଏହି ଆଣ୍ଟିଲିଆ ମହଲ ନିର୍ମାଣ ହୋଇଥିଲା । 27 ମହଲା ବିଶିଷ୍ଟ ଏହି ଘରେ କେବଳ 6ଟି ମହଲା ପାର୍କିଂ ପାଇଁ ରହିଛି । ତେବେ ମୁକେଶଙ୍କ ଏହି ବିଳାସପୂର୍ଣ୍ଣ ଘରର କେଉଁ ମହଲାରେ ରହିଥାନ୍ତି ମୁକେଶ ଅମ୍ୱାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ୱାନୀ । ଅମ୍ୱାନୀଙ୍କ ପୁରା ପରିବାର ଏହି ଆଣ୍ଟିଲିଆର 26 ତମ ମହଲାରେ ରହିଥାନ୍ତି । ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ମୁମ୍ୱାଇ ଦେଖିବା ପାଇଁ ନୀତା ଅମ୍ୱାନୀ ସେହି ମହଲାରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *