ଆତଙ୍କବାଦୀଙ୍କ ଟାର୍ଗେଟରେ ରାମମନ୍ଦିର !

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମମନ୍ଦିର !

ଆସନ୍ତା 22ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଚଳଚ଼ଞ୍ଚଳ ଅଯୋଧ୍ୟା ନଗରୀ । ଉତ୍ସବମୁଖର ସମ୍ପୂର୍ଣ୍ଣ ଅଯୋଧ୍ୟା । ବିଭିନ୍ନ ସ୍ଥାନରୁ ଛୁଟୁଛି ଭକ୍ତଙ୍କ ସୁଅ । ସାମିଲ ହେବେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି । ଏହା ପୂର୍ବରୁ ସତର୍କ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ରାମମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ସୂଚନା ଦେଇଛି ଏଜେନ୍ସି । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟାର୍ଗେଟ କରାଯାଇପାରେ । କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି କାମ କରିବାକୁ ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ । ଏହି ଗୁଇନ୍ଦା ସୂଚନା ମିଳିବା ପରେ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସି ମିଳିତ ଭାବେ ବୈଠକ କରିବା ସହ ଯେପରି ସେଭଳି କୌଣସି ଅଘଟଣ ନ ଘରେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଅନ୍ୟପଟେ ରାମମନ୍ଦିରର ଉଦଘାଟନ ପାଇଁ ଅଯୋଧ୍ୟାରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି ଜରିଆରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *