ଆତଙ୍କ ଖେଳାଇଛି ନିପା ଭାଇରସ

ଆତଙ୍କ ଖେଳାଇଛି ନିପା ଭାଇରସ


ସାରା ଦେଶରେ ଏବେ ଆତଙ୍କ ଖେଳାଇଛି ନିପା ଭାଇରସ । ଏହି ଭାଇରସର ବାଂଲାଦେଶ ଷ୍ଟ୍ରେନ୍ ନିଃଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି କରୁଛି । ନିପା ଭାଇରସ ସଂକ୍ରମିତ ପ୍ରତି ୧୦ ଜଣଙ୍କ ମଧ୍ୟରେ ୯ଜଣ ମୃତ୍ୟୁବରଣ କରିଥାନ୍ତି । ସୂଚନାନୁସାରେ, ଆଇସିଏମ୍‌ଆରର ସୂଚନା କ୍ରମେ ଏହି ଭାଇରସ କେରଳରୁ ଆରମ୍ଭ ହୋଇଛି । ନିପା ଭାଇରସର ସବୋର୍ଚ୍ଚ ପ୍ରାଥମିକତା ହେଉଛି ମୂଳ ରୋଗୀକୁ ଖୋଜିବା , ଚାରିପାଖର ସମସ୍ତ ପ୍ରାଣୀଙ୍କୁ ପରୀକ୍ଷା କରିବା, ଲୋକ ସମୁଦାୟକୁ ସର୍ତକ କରିବା ଏବଂ ଚିକିତ୍ସା ସହାୟତା ପ୍ରସ୍ତୁତ କରିବା । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଘୋଷଣା କରିଥିଲେ ରାଜ୍ୟରେ ଚିହ୍ନଟ ନିପା ଭାଇରସ ସହ ବାଂଲାଦେଶ ଷ୍ଟ୍ରେନ୍ ଜଡିତ । ଯାହାଫଳରେ ରୋଗୀଙ୍କୁ ଶ୍ୱାସକ୍ରିୟା ଜନ୍ଖଚ୍ଛ ସମସ୍ୟା ହେବା ସହ ଭେଣ୍ଟୋଲେଟର ଆବଶ୍ୟକତା ପଡୁଛି । ଏହି ନିପା ଭାଇରସ କେରଳର ଏକ ଗ୍ରାମରୁ ବାହାରିଛି । ରୋଗୀ ଜଣଙ୍କ ନିଜ ଘରର କୂଅ ସଫା କରୁଥିବା ବେଳେ ବାଦୁଡି ସଂସ୍ପର୍ଶରେ ଆସିଥିଲେ । କେରଳରେ ବଗିଚାକୁ ବାଦୁଡି ମାନେ ଫଳ ଖାଇବାକୁ ଆସନ୍ତି । ବାହୁଡି ଖାଇଥିବା ଫଳକୁ ନଛୁଇବାକୁ କିମ୍ବ ସେହି ଫଳକୁ ଧୋଇକି ଖାଇବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ନିପା ଭାଇରସକୁ ମୁକାବିଲା କରିବା ପାଇଁ ଭାରତ ଅଧିକ ମନୋକ୍ଲୋନାଲ ଆଣ୍ଟିବଡି ଡୋଜ୍ ପ୍ରଦାନ କରିବାକୁ ଅଷ୍ଟ୍ରେଳିଆକୁ ଅନୁରୋଧ କରିଛି । ତେବେ ଅଷ୍ଟ୍ରେଳିଆଠୁ ୨୦ଟି ଡୋଜ୍ ମିଳିବାର ଆଶା ରଖିଛି ଭାରତ ।

author

Related Articles

Leave a Reply

Your email address will not be published. Required fields are marked *