ଆତିଶୀଙ୍କ ସ୍ବପ୍ନ ହେଲା ସତ , ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ଆତିଶୀଙ୍କ ସ୍ବପ୍ନ ହେଲା ସତ , ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ଆସନ୍ତା ୨୧ ତାରିଖରେ ଶପଥ ନେବେ ଦିଲ୍ଲୀର ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ସହ ଆଗାମୀ ଦିନରେ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଗୁରୁବାର ଆମ ଆଦମି ପାର୍ଟି ପକ୍ଷରୁ ପ୍ରାରମ୍ଭିକ ସୂଚନା ଭାବେ କେବଳ ଆତିଶୀ ଶପଥ ନେବେ ବୋଲି ସୂଚନା ଦିଆଯାଇଥିଲା । ତାଙ୍କ ସହିତ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କ ଗାଦି ଛାଡିବା ଘୋଷଣା ଜାତୀୟ ରାଜନୀତିକୁ ବେଶ ଉଷ୍ମ କରିଛି । ତେବେ ଏହାରି ଭିତରେ ଇସ୍ତଫା ଦେବାକୁ କେଜ୍ରିୱାଲ ଦୁଇ ଦିନ ସମୟ ନେଇଥିବାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥିଲା । କହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପୂର୍ବରୁ ୨ଦିନର ସମୟ ମାଗିଲେ । ସେ ଚାହିଁଥିଲେ ଏହାଠାରୁ ଅଧିକ ସମୟ ନେଇ ପାରିଥାନ୍ତେ । କିନ୍ତୁ ଦୁଇ ଦିନ କହିଁକି ? ପରେ ଦଳ ତରଫରୁ ଏନେଇ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଦିଲ୍ଲୀ ମନ୍ତ୍ରୀ ଅତିଶୀ ।

ତେବେ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଆତିଶୀଙ୍କ ନାଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦେଇଥିଲେ କେଜ୍ରିଓ୍ବାଲ । ଯାହାକୁ ଆପ ବିଧାୟକ ଦଳ ବୈଠକରେ ସର୍ବସମ୍ମତ ମିଳିଥିଲା । ତେବେ ୨୧ରେ ଶପଥ ନେବା ପରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ଥାନ ଗ୍ରହଣ କରିବେ ଆତିଶୀ । କେଜ୍ରିଓ୍ବାଲ ଜେଲରେ ଥିବା ବେଳେ ପାର୍ଟିକୁ ମଜଭୂତ ରଖିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି ଆତିଶୀ ।

author

Related Articles

Leave a Reply

Your email address will not be published. Required fields are marked *