ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବେ ମହିଳା

ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବେ ମହିଳା

ସ୍କୁଟର ମାଆମାନଙ୍କ ପାଇଁ ଏକ ପ୍ରତୀକ । ତେଣୁ ମହିଳା ମାନଙ୍କୁ ସଶକ୍ତ, ଆର୍ଥିକ ବିକାଶ ସହିତ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଲାଗି ରାଜ୍ୟ ସରକାର ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ଏକ ଯୁଗାନ୍ତକାରୀ ପଦକ୍ଷେପ। ୧୫ ହଜାର ମାଆ ସ୍କୁଟର ନେଇଛନ୍ତି। । ତେବେ ଏହି ସ୍କୁଟର ଯୋଜନାରେ ୫୨୮ କୋଟି ସୁଧ ଛାଡ଼ କରାଯିବାର ଯୋଜନା ରହିଛି। ସୂଚନା ଅନୁଯାୟୀ, କ୍ୟାବିନେଟ୍‌ ବୈଠକରେ ମିଶନଶକ୍ତି ସ୍କୁଟର ଯୋଜନାକୁ ଅନୁମୋଦନ ମିଳିଥିଲା। ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଥିଲା। କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍‌ ପ୍ରସ୍ତାବ ରଖାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *