ଆଦିତ୍ୟଙ୍କ ଫିଲ୍ମିରୁ ବାଦ ପଡିଲେ ରଣବୀର

ଆଦିତ୍ୟଙ୍କ ଫିଲ୍ମିରୁ ବାଦ ପଡିଲେ ରଣବୀର

ଭୁବନେଶ୍ୱର:

ଆଧ୍ୟତ୍ମିକ ପୃଷ୍ଠଭୂମିରେ ନିର୍ମିତ ସାଇନ ଫିକ୍ସନ ଫିଲ୍ମି ‘ଦ ଇମୋର୍ଟଲ ଅଶ୍ୱଥାମା’କୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲେବି ବି ଏଯାବତ ଏହାର ସୁଟିଂ ଆରମ୍ଭ ହୋଇପାରିନାହିଁ | ଏହା ଏକ ବିଗ ବଜେଟର ଫିଲ୍ମି ହେବ | କିଛି ଆର୍ଥିକ ସମସ୍ୟା ରହିଥିବାରୁ ଏହାର ସୁଟିଂ ଆରମ୍ଭ ହୋଇ ନ ପାରିଥିବା ଚର୍ଚ୍ଚା ହେଉଛି | ୨୦୧୨ରେ ରନି ସ୍କ୍ୟୁବାଲା ବଲିଉଡ ଅଭିନେତା ଭିକି କୌଶଲଙ୍କୁ ନେଇ ଏହି ଫିଲ୍ମି କରିବେ ବୋଲି ଘୋଷଣା କରିଥିଲେ | ଆର୍ଥିକ ସମସ୍ୟା ଦେଖାଯିବାରୁ ସେ ଏଥିରୁ ଓହରି ଯାଇଥିଲେ | ବର୍ତମାନ ଆଦିତ୍ୟ ଧର ଏହାର ନିର୍ଦ୍ଦେଶନା ଦେବା ସହ ଏହାର ପ୍ରଯୋଜନା ଦାୟିତ୍ୱ ହାତକୁ ନେଇଛି ଜିଓ ଷ୍ଟୁଡିଓ | ଏହା ଏକ ବିଗ ବଜେଟର ଫିଲ୍ମି ହୋଇଥିବାରୁ ଜିଓ ଷ୍ଟୁଡିଓ ଜଣେ ସୁପରଷ୍ଟାରଙ୍କୁ ଏଥିରେ ଲିଡ଼ ରୋଲରେ ନେବାକୁ ଚାହୁଁଛି | ତେଣୁ ଭିକି ଏ ପ୍ରୋଜେକ୍ଟ ଛାଡି ଦେଇଥିବା କୁହାଯାଇଛି | ଭିକି ଏହି ଫିଲ୍ମିରୁ ବାଦ ପଡିବା ପରେ ରଣବୀର ସିଂହ ଏଥିରେ ନାୟକ ଭାବେ ଦେଖାଯିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା | କିନ୍ତୁ ଏବେ ଏକ ନୂଆ ରିପୋର୍ଟରୁ ଜଣାପଡିଛି ଯେ, ଜିଓ ଷ୍ଟୁଡିଓ ରଣବୀରଙ୍କ ବଦଳରେ ଦକ୍ଷିଣରେ ଜଣେ ଲୋକପ୍ରିୟ ଅଭିନେତାଙ୍କୁ ଏଥିରେ ନାୟକ ଭାବେ ନେବାକୁ ଚାହୁଁଛି | ଜୁନିୟର ଏନ୍ଟିଆର୍ କିମ୍ବା ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜିଓ ଷ୍ଟୁଡିଓ ସଇଁ କରିବେ ବୋଲି ଜଣାପଡିଛି | ତେବେ ଏଥିରେ ନାୟିକା ଭାବେ ଦେଖାଯିବେ ଦକ୍ଷିଣର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ |

author

Related Articles

Leave a Reply

Your email address will not be published. Required fields are marked *