ଆନନ୍ଦପୁରରୁ କଟିଲା ଝାନସୀରାଣୀଙ୍କ ଟିକେଟ୍ !

ଆନନ୍ଦପୁରରୁ କଟିଲା ଝାନସୀରାଣୀଙ୍କ ଟିକେଟ୍ !

ନିର୍ବାଚନ ପାଇଁ ରାଜ୍ୟରେ ବଢୁଛି ନିବାଚନୀ ତାତି । ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଲେଣି ପ୍ରତିଦ୍ୱନ୍ଦୀ । ହେଲେ ପ୍ରାର୍ଥୀ ତାଲିକାକୁ ନେଇ ଏବେବି ସମସ୍ତ ଦଳରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଖାସ କରି ଭାରତୀୟ ଜନତା ପାର୍ଟୀରେ ଦଳ ଯେଉଁ ଯେଉଁ ନୂଆ ମୁହଁକୁ ପ୍ରାର୍ଥୀ କରିଛି ଅଧାରୁ ଅଧିକ ସିଟ୍ ରେ ବିଦ୍ରୋହର ବହ୍ନି ଜଳୁଛି । ପୂର୍ବରୁ ବିଜେପି ଲୋକସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ମଙ୍ଗଳବାର ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ହେଲେ ଆନନ୍ଦପୁରରେ ଯାହାଙ୍କର ପ୍ରାର୍ଥୀ ହେବାର ସମ୍ଭାବନା ସବୁଠୁ ଅଧିକ ଥିଲା , ଯେଉଁ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ସେ ନାଁ ରେ ଦଳ ମୋହର ନ ମାରି ଆଲୋକ ସେଠୀଙ୍କୁ ଟିକେଟ୍ ମିଳିଥିବା ସୂଚନା ମିଳିଛି । ଯାହା ପରେ ବିଜେଡି ଭଳି ବିଜେପି ବି ଦଳ ଜଣଙ୍କ ମୁହଁ ଦେଖାଇ ଆଉ ଜଣଙ୍କୁ ଟିକେଟ୍ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । କାରଣ, ଆନନ୍ଦପୁରର ଚର୍ଚ୍ଚିତ ଚେହେରା ତଥା ହେଭିୱେଟ ନେତ୍ରୀ ଝାନସୀ ରାଣୀ ଯେତେବେଳେ ବିଜେପିରେ ଯୋଗ ଦେଇଥିଲେ ସେତେବେଳେ ସେ ଆନନ୍ଦପୁରରେ ଏଥର ପଦ୍ମ ଫୁଟାଇବେ ବୋଲି ଦମ୍ବୋକ୍ତି ପ୍ରକାଶ କରିଥିଲେ । କିନ୍ତୁ ଦଳ ଏବେ ତାଙ୍କୁ ଭଣ୍ଡେଇ ଦେଇଥିବା ଆଲୋଚନା ସରଗରମ ହେଲାଣି ।

ଏବେ ନିର୍ବାଚନରେ ଝାନସୀରାଣୀଙ୍କ ଭୂମିକା କଣ ହେବ ଏବଂ ସେ ଆନନ୍ଦପୁର ବଦଳରେ କେଉଁଠୁ ଲଢିବେ ତାହା ଏବେ ଆଲୋଚନାର ପ୍ରସଙ୍ଗ ହେଲାଣି । ଝାନସୀରାଣୀଙ୍କ ଫ୍ୟାନ ଫଲୋଇଙ୍ଗ ଅଧିକ ରହିଥିବା ବେଳେ ଆନନ୍ଦପୁରର ଘରେ ଘରେ ପରିଚିତ ଝାନସୀରାଣୀ । କିନ୍ତୁ ତାଙ୍କ ବଦଳରେ ଆଉ ଜଣଙ୍କୁ ଟିକେଟ୍ ଦେବା ଏବେ ଝାନସୀରାଣୀଙ୍କ ସମର୍ଥକଙ୍କୁ ଶକ୍ତ ଝଟକା ଦେଇଛି । ତେବେ ଦେଖାଯାଉ ଝାନସୀରାଣୀଙ୍କ ରାଜନୈତିକ କ୍ୟାରିୟର କେଉଁ ମୋଡ ନେଉଛି ଏବଂ ସେ ୨୦୨୪ ନିର୍ବାଚନ ଲଢୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *