ଆନ୍ତର୍ଜାତିକ ସେବିକା ଦିବସ

ଆନ୍ତର୍ଜାତିକ ସେବିକା ଦିବସ

ଜଣେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସେବା ଯୋଗାଇବାର ମାଧ୍ୟମ ପାଲଟିଥାନ୍ତି ନର୍ସ | ଡାକ୍ତର ରୋଗୀଙ୍କୁ ଦେଖନ୍ତି ଓ ରୋଗ ବିଷୟରେ ଜାଣି ଔଷଧ ଲେଖିଥାନ୍ତି, କିନ୍ତୁ ନର୍ସମାନେ ହିଁ ରୋଗୀଟିକୁ ଚିକିତ୍ସା ସୁବିଧା ଯୋଗାଇ ଥାଆନ୍ତି | ନର୍ସମାନଙ୍କ ବିନା ପୂରା ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିବ | ଏଥିପାଇଁ ନର୍ସିଂ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ’୧୨ ତାରିଖକୁ ସାରା ବିଶ୍ୱରେ ‘ଅନ୍ତରାଷ୍ଟ୍ରୀୟ ସେବିକା ଦିବସ’ ଭାବେ ପାଳନ କରାଯାଏ | ସ୍ୱାସ୍ଥ୍ୟ କ୍ଷେତ୍ରକୁ ନର୍ସ ମାନଙ୍କର ବଡ଼ ଯୋଗଦାନ ରହିଛି | କୋଭିଡି ସମୟରୁ ସେମାନେ ହୋଇଯାଇଛନ୍ତି କାରଣ ଯୋଦ୍ଧା | ବିଶ୍ୱର କୋଣ ଅନୁକୋଣରେ ନର୍ସଙ୍କୁ ପ୍ରୋତ୍ସାହିତ କରିବା ତଥା ଯୁବପିଢିଙ୍କୁ ଏହି ବୃତ୍ତି ପ୍ରତି ଆକୃଷ୍ଟ କରିବା ଏହି ଦିବସ ପାଳନର ଲକ୍ଷ ଓ ଉଦ୍ଦେଶ୍ୟ | ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟଙ୍ଗେଲ ୧୮୨୦, ମେ’୧୨ରେ ଇଂଲଣ୍ଡରେ ଏକ ଧନୀ ପରିବାରରେ ଜନ୍ମ ହୋଇଥିଲେ | ତାଙ୍କରି ସମ୍ମାନରେ ତାଙ୍କର ଜନ୍ମଦିନକୁ ‘ଆନ୍ତର୍ଜାତିକ ସେବିକା ଦିବସ’ ଭାବେ ପାଳନ କରାଯାଇ ଆସୁଛି |

୧୮୫୪ ମସିହାରେ ବ୍ରିଟିଶ ସୈନିକମାନଙ୍କୁ ରୁଷରେ ଦକ୍ଷିଣ ପ୍ରାନ୍ତରେ କ୍ରିମିଆକୁ ଯୁଦ୍ଧ କରିବା ପାଇଁ ପଠାଯାଇଥିଲା | ସେ ସମୟରେ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀ ଏକାଠି ରୁଷ ବିରୋଧରେ ଯୁଦ୍ଧ କରୁଥିଲେ | ସେହି ଯୁଦ୍ଧ ସମୟରେ ଆହତ ସୈନିକମାନଙ୍କ ଚିକିତ୍ସା ପାଇଁ ଫ୍ଲୋରେନ୍ସ ନାଇଟଙ୍ଗେଲ ଅନ୍ୟ ସେବିକାମାନଙ୍କୁ ନେଇ ସେଠାରେ ପହଞ୍ଚିଥିଲେ | ସେ ଦିନରାତି ପରିଶ୍ରମ କରି ଆହତ ସୈନିକମାନଙ୍କର ଚିକିତ୍ସା କରିଥିଲେ | ଫ୍ଲୋରେନ୍ସଙ୍କ ସେବାରେ ଆହତ ସୈନିକଙ୍କ ଅବସ୍ଥାରେ ସୁଧାର ଆସିଥିଲା | ୧୮୫୬ ମସିହାରେ ଯୁଦ୍ଧ ସମାପ୍ତ ହେବ ପରେ ହିଁ ସେ ସେଠାରୁ ଫେରିଥିଲେ | ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥି ସଟରଲ୍ୟାଣ୍ଡ ପ୍ରଥମେ ୧୯୫୩ ରେ ନର୍ସ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ | ତତକାଳୀନ ଆମେରିକା ରାଷ୍ଟ୍ରପତି ଡିଭିଟି ଡି ଆଇଜନହାୱାର ଏହି ଦିବସରେ ଘୋଷଣା କରିଥିଲେ | ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସେବିକା ଦିବସ’ ଭାବେ ପାଳନ କରାଯାଉଛି | ନର୍ସମାନଙ୍କର କଠିନ ପରିଶ୍ରମ ଓ ସମର୍ପଣଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ଏହି ଦିବସ ପାଳନ କରାଯାଏ | ଚଳିତ ବର୍ଷ ବିଶ୍ୱ ସେବିକା ଦିବସ ବିଷୟବସ୍ତୁ ରହିଛି-‘ଆମର ନର୍ସମାନେ, ଆମର ଭବିଷ୍ୟତ |

author

Related Articles

Leave a Reply

Your email address will not be published. Required fields are marked *