ଆମେରିକାରେ କଂଗ୍ରେସ ସାଂସଦ

ଆମେରିକାରେ କଂଗ୍ରେସ ସାଂସଦ

ଆମେରିକାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ରାହୁଲ । ଆମେରିକାର ଟେକ୍ସାସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ରହୁଥିବା ପ୍ରବାସୀ ଭାରତୀୟ ଏବଂ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ସଦସ୍ୟମାନେ ରାହୁଲଙ୍କୁ ସ୍ୱାଗତ କରିଥିଲେ । ସୋସିଆଲ ମିଡିଆରେ ରାହୁଲ ଏହି ଭିଜୁଆଲ ସେୟାର କରିବା ସହିତ ଏଭଳି ସ୍ୱାଗତରେ ସେ ଅଭିଭୂତ ବୋଲି ଉଲ୍ଲେଖ କରିଥିଲେ । ଭାରତ ଓ ଆମେରିକା ସମ୍ପର୍କ କିପରି ଅଧିକ ମଜବୁତ ରହି ପାରିବ ତା ଉପରେ ରାହୁଲ ଆଲୋଚନା କରିବେ । ତେବେ ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ହେଉଛି ରାହୁଲ ଗାନ୍ଧୀଙ୍କ ପ୍ରଥମ ଆମେରିକା ଗସ୍ତ । ସେ ଟେକ୍ସାସର ଡଲାସରେ ରହିବେ ଏବଂ ୯ ଓ ୧୦ ତାରିଖରେ ୱାସିଟନ ଯିବାର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *