ଆମେରିକାରେ ଭାରତ ଦେଖିବ ଭାରତୀୟ ସଂସ୍କୃତି ଓ ପ୍ରାଚୀନସଭ୍ୟତା

ଆମେରିକାରେ ଭାରତ ଦେଖିବ ଭାରତୀୟ ସଂସ୍କୃତି ଓ ପ୍ରାଚୀନସଭ୍ୟତା

ଭାରତ ବାହାରେ ବିଶ୍ୱ ଦେଖିବ ଦ୍ୱିତୀୟ ହିନ୍ଦୁ ମନ୍ଦିର । ଆମେରିକାର ନିଉଜର୍ସିରେ ଖୁବ ଶୀଘ୍ର ଏହି ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଯାହାକୁ ଅକ୍ଟୋବର 8 ତାରିଖରେ ବିପିଏସ୍ ଆଧ୍ୟାତ୍ମିକ ମହନ୍ତ ସ୍ୱାମୀ ମହାରାଜାଙ୍କ ଦ୍ୱାରା ଉଦଘାଟନ ହେବ । ଏହି ମନ୍ଦିରକୁ 183 ପରିମିତ ସ୍ଥାନରେ ନିର୍ମାଣ କରାଯାଇଛି । ନ୍ୟୁୟୋର୍କ ସ୍ଥିତ ଟାଇମ୍ସସ୍କୋୟାର ଠାରୁ 90 କିଲୋମିଟର ଦୂରରେ ଅବସ୍ଥିତ । ଏହା ମନ୍ଦିରରେ ଥିବା ମୂର୍ତ୍ତି ପ୍ରତିମା ଭାରତୀୟ ସଂସ୍କୃତି ଓ ପ୍ରାଚୀନ ସଭ୍ୟତାକୁ ସୂଚାଉଛି । ଏହାର କାରୁକାର୍ଯ୍ୟ ଏପରି ହୋଇଛି ଯାହାକୁ ଦେଖିଲେ ଆଖି ଝଲସି ଉଠିବ ।

ଏହି ଭବ୍ୟ ମନ୍ଦିରକୁ ତିଆରି କରାଯିବା ପାଇଁ 12 ବର୍ଷ ସମୟ ଲାଗିଥିଲା,12,500 ରୁ ଅଧିକ କାରିଗର ଏହାକୁ ନିର୍ମାଣ କରିଛନ୍ତି । 2011 ରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିରର ଉଦଘାଟନୀ ଉତ୍ସବରେ ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନ ଯୋଗଦେବା ସହ ଏହି ଉଦଘାଟନୀ ଉତ୍ସବ ଏକ ସପ୍ତାହ ଧରି ଚାଲିବ । ଆମେରିକାରେ ଥିବା ହିନ୍ଦୁ ମାନଙ୍କ ପାଇଁ ଏହା ଏକ ଗୌରବର ବିଷୟ ଅଟେ ।

author

Related Articles

Leave a Reply

Your email address will not be published. Required fields are marked *