“ଆମେ ଜାଣିବା ଆମେ ଜିଣିବା,” ଆମେ ଗଢିବା ନୁଆ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

“ଆମେ ଜାଣିବା ଆମେ ଜିଣିବା,” ଆମେ ଗଢିବା ନୁଆ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋଦନ ମୋହନ ବେହେରା ଙ୍କ ଅଧ୍ୟକ୍ଷତାରେ “ଆମେ ଜାଣିବା ଆମେ ଜିଣିବା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ତହସିଲଦାର ଶରତ କୁମାର ଶବର ଯୋଗଦାନ କରି ଆଜିର ବୈଠକରେ “ଆମେ ଜାଣିବା ଆମେ ଜିଣିବା ” ଓ ଆମେ ଗଢିବା ନୁଆ ଓଡିଶା ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବ ମାନଙ୍କୁ ଉଦବୋଧନ ଦେବା ସହ ଛାତ୍ରଛାତ୍ରୀ ମାନଙ୍କର ଯାହାର ଯେଉଁ ବିଷୟରେ ରୁଚି ଅଛି ସେହି ଉପରେ ଗୁରୁତ୍ୱ ଦେବାପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ସାଧାରଣ ଜନତା କିପରି ସରକାରୀ ସୁବିଧା ସୁଯୋଗ ପାଇ ପାରିବେ ଓ ତହସିଲ ପକ୍ଷରୁ କଣ କଣ ସବୁ ସୁବିଧା ଯୋଗାଇ ଦିଆ ଯାଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ ମୂଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ସହ ମାନ ପତ୍ର ପ୍ରଦାନ କରାଯାଇଥିଲା, ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଥିବା ବେଳେ ଶିକ୍ଷକ ଅମିତ କୁମାର ଦୀପ ମଞ୍ଚ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ଝିଞ୍ଜିରିଗୁଡା ସରପଞ୍ଚ ଚାନ୍ଦିନି ପ୍ରଧାନ ମଞ୍ଚାସିନ କରିଥିଲେ।
ସେହିପରି ହାତିମୁଣ୍ଡା ସେବାଶ୍ରମ ର ପ୍ରଧାନ ଶିକ୍ଷକ ଯଶବନ୍ତ ପ୍ରଧାନ , କିରାମା କନ୍ୟାଶ୍ରମ ର ପ୍ରଧାନ ଶିକ୍ଷକ , ଉଲିପଦର ସେବାଶ୍ରମ ର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକ ଙ୍କ ନେତୃତ୍ବ ରେ “ଆମେ ଜାଣିବା ଆମେ ଜିଣିବା ” ଓ ଆମେ ଗଢିବା ନୁଆ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତ୍ୟେକ ବିଦ୍ୟାଳୟ ରେ ଅଭିଭାବକ ମାନେ ଉପସ୍ଥିତ ରହି ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ଜାଣିଥିଲେ । ବ୍ଳକ ମଙ୍ଗଳ ସମ୍ପସାରଣ ଅଧିକାରୀ ବିଶ୍ଵଜିତ ଜାଲି ପ୍ରତ୍ୟେକ ବିଦ୍ୟାଳୟ ବୁଲି କାର୍ଯ୍ୟକ୍ରମ ପରିଚାଳନା ର ତଦାରଖ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *