ଆମ୍ ଆଦମୀ ପାର୍ଟିକୁ ବଡ ଝଟକା

ଆମ୍ ଆଦମୀ ପାର୍ଟିକୁ ବଡ ଝଟକା

ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ପଞ୍ଜାବରେ ଜଳନ୍ଧର ସାଂସଦ ସୁଶିଲ କୁମାର ରିଙ୍କୁ ଓ ଜଳନ୍ଧର ପଶ୍ଚିମ ବିଧାୟକ ଶୀତଲ ଅଙ୍ଗୁରାମ ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ଦିଲ୍ଲୀସ୍ଥିତ ବିଜେପି କାର‌୍ୟ୍ୟାଳୟ ପହଂଚି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢୁଥିବା ବେଳେ ଆପ୍ ଓ କଂଗ୍ରେସ ମଧ୍ୟ ଅଲଗା ଅଲଗା ନିର୍ବାଚନ ଲଢିବାକୁ ଯାଉଛନ୍ତି ।ଚଳିତ ଲୋକସଭା ନିର୍ବାଚନ ପାଇଁ ଜଳନ୍ଧର ସଂସଦୀୟ କ୍ଷେତ୍ରରୁ ଆମ୍ ଆଦମୀ ପାର୍ଟି ସୁଶିଲ କୁମାର ରିଙ୍କୁଙ୍କୁ ପ୍ରାର୍ଥୀ କରିଥିଲା । ଏହାପୂର୍ବରୁ ୨୦୨୩ ଉପ ନିର୍ବାଚନରେ ସୁଶିଲ କୁମାର ରିଙ୍କୁ ଆମ୍ ଆଦମୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *