ଆରପାରିରେ ଭାରତୀୟ ପୂର୍ବତନ କ୍ରିକେଟର ଦତ୍ତାଜିରାବ

ଆରପାରିରେ ଭାରତୀୟ ପୂର୍ବତନ କ୍ରିକେଟର ଦତ୍ତାଜିରାବ

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଦତ୍ତାଜିରାବ ଗାଏକୱାଡଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା । ଏନେଇ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଇରଫାନ ଫଠାନ ସୂଚନା ଦେଇଛନ୍ତି । ଗାଏକୱାଡ ତାଙ୍କର ପ୍ରାରମ୍ଭିକ କ୍ରିକେଟ ଜୀବନ ବମ୍ବେ ବିଶ୍ୱବିଦ୍ୟାଳୟ ଓ ବଡୋଦା ମହାରାଜ ସୟାଜୀ ବିଶ୍ୱବିଦ୍ୟାଳୟ ପାଇଁ ଖେଳିଥିଲେ । ସେ ୧୯୫୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମରେ ଡେବ୍ୟୁ କରିଥିଲେ ।ପିଟିଆଇ ସୂଚନା ମୁତାବକ ସେ ଗତ ୧୨ ଦିନ ଧରି ବଡୋଦାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *