ଆରମ୍ଭ ହେଲା ଜୁଲାଇ…କେବେ ମିଳିବ ମାଗଣା ବିଜୁଳି ?

ଆରମ୍ଭ ହେଲା ଜୁଲାଇ…କେବେ ମିଳିବ ମାଗଣା ବିଜୁଳି ?

ରାଜ୍ୟରେ ବଦଳିବ କି ବିଜୁଳି ବିଲ୍ ? ଜୁଲାଇ ମାସରୁ ଆଉ ରାଜ୍ୟବାସୀଙ୍କୁ ଦେବାକୁ ପଡିବନି କି ବିଜୁଳି ବିଲ୍ ? ଏଭଳି କିଛି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । କାହିଁକି ନା ଶାସକ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଜୁଲାଇ ମାସରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୂର‌୍ୟ୍ୟଘର ଯୋଜନା ଅନ୍ତର୍ଗତ ସାରା ଦେଶରେ ୧ କୋଟି ପରିବାରକୁ ୩୦୦ ୟୁନିଟ୍ ପର‌୍ୟ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜୁଲାଇ ମାସରୁ ୩୦୦ ୟୁନିଟରୁ ତଳକୁ ବ୍ୟବହାର କରୁଥିବା ବିଜୁଳି ଉପଭୋକ୍ତାଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି ବୋଲି ପ୍ରତିଶୃତି ମିଳିଥିଲା । ବିଜେଡି ଏବଂ କଂଗ୍ରେସ ୧୦୦ ଏବଂ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ବେଳେ ବିଜେପି କିନ୍ତୁ ସମ୍ପୂର୍ଣ୍ଣ ମାଗଣା ଏବଂ ପରବର୍ତ୍ତୀ ସମୟରେ ୩୦୦ ୟୁନିଟ୍ ଫ୍ରି ଇଲେକ୍ଟ୍ରିସିଟି ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ଆଉ ଏବେ ବିଜେପି ସରକାରକୁ ଆସିଯାଇଛି । କିନ୍ତୁ ମାଗଣା ବିଜୁଳି ଦିଗରେ ରାଜ୍ୟ ବିଜେପି ସେଭଳି କିଛି ପଦକ୍ଷେପ ନେଉନଥିବା ନଜର ଆସିଛି । ଜୁଲାଇ ମାସ ଆରମ୍ଭ ହୋଇସାରିଥିବା ବେଳେ ସୂର‌୍ୟ୍ୟଘର ଯୋଜନା କାର‌୍ୟ୍ୟକାରୀ ହେଉଥିବା ସମ୍ପର୍କରେ କିଛି ବି ଖବର ସାମ୍ନାକୁ ଆସିନି । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତିଗୁଡିକ ମଧ୍ୟରୁ ଚାଷୀଙ୍କ ଏମଏସପି ବୃଦ୍ଧି ପାଇବା ଉପରେ ଗୁରୁତ୍ୱାରୋପ କରିଛି । କିନ୍ତୁ ମାଗଣା ବିଜୁଳି ପ୍ରତିଶୃତିକୁ ସତେ ଯେପରି ଦଳ ଭୁଲି ଯାଇଛି । ଖାଲି ଲୋକଦେଖାଣିଆ ଏବଂ ଭୋଟ ହାତେଇବା ଆଳରେ ଏପରି ଘୋଷଣା କରିଥିବା ସାଧାରଣରେ ଆଲୋଚନା ଜୋର ଧରିଲାଣି । ତେବେ ଦେଖାଯାଉ ଜୁଲାଇ ମାସ ଶେଷ ସୁଦ୍ଧା ଏହି ଯୋଜନା କାର‌୍ୟ୍ୟକାରୀ ହେଉଛି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *