ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭା ଅଧିବେଶନ

ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭା ଅଧିବେଶନ

ଆଜିଠାରୁ ଆରମ୍ଭ ହୋଇଯାଇଛି ବିଧାନସଭାର ସପ୍ତଦଶ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ବିଜେପି ସରକାରର ଏହା ପ୍ରଥମ ଥର ବିଧାନସଭା ଆସନ । ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ ଥିବାବେଳେ ସରଗରମ ରହିବ ବିଧାନସଭା । ଏହି ଅଧିବେଶନରେ ୨୦୨୦୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର । ଆସନ୍ତା ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବ ଓ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ । ୨୫ ବର୍ଷ ପରେ ଏଥର ବିଧାନସଭାର ନୂଆ ଚିତ୍ର ଦେଖିବାକୁ ମିଳିବ । ସରକାରୀ ଦଳ ଆସନରେ ବିଜେପି ବସିବ ଓ ବିଜେଡି ହେବ ମୁଖ୍ୟ ବିରୋଧୀ ଦଳ । ନୂଆ ବିଧାନସଭାରେ ନୂଆ ସରକାର ଓ ନୂଆ ବିରୋଧୀ ଦଳ ସହ ଏଥର ପ୍ରସଙ୍ଗ ବି ନୂଆ ରହିଛି । ଦରବୃଦ୍ଧି ଏଏସଓଙ୍କୁ ମାଡ ଘଟଣା, ବାଲେଶ୍ୱର ହିଂସା ପ୍ରସଙ୍ଗ ଉଠାଇ ସରକାରକୁ ଘେରିବା ବିଜେଡି ରଣନୀତି ପ୍ରସ୍ତୁତ କରିଛି।

author

Related Articles

Leave a Reply

Your email address will not be published. Required fields are marked *