ଆରୁଖଙ୍କ ବିଜୟ ଧାରାରେ ଲାଗିବ ବ୍ରେକ !

ଆରୁଖଙ୍କ ବିଜୟ ଧାରାରେ ଲାଗିବ ବ୍ରେକ !

ଓଡିଶା ରାଜନୀତିରେ ଅନେକ ବିଧାନସଭା ଗଡ  ବିଜେଡି ଅକ୍ତିଆରରେ ରହିଛି । ସେପରି ଏକ ଗଡ ହେଉଛି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ । ଏଠାରୁ ଲଗାତାର ଭାବେ ହ୍ୟାଟ୍ରିକ କରିଆସୁଛନ୍ତି ବିଜେଡିର ହେଭିୱେଟ ନେତା ବିକ୍ରମ କେଶରୀ ଆରୁଖ । ହଁ ଦର୍ଶକବନ୍ଧୁ କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ କିଛି ଭିନ୍ନ ଲଢେଇ ଦେଖିବେ ଭଞ୍ଜନଗର ବାସୀ । କାହିଁକିନା ଆରୁଖଙ୍କ ବିଜୟ ରଥରେ ବ୍ରେକ ଲଗାଇବେ ବିଜେପି ଭେଟରାନ ପ୍ରଦ୍ୟୁମ୍ନ ନାୟକ । ପ୍ରଦ୍ୟୁମ୍ନଙ୍କ ପ୍ରଚାର ଦେଖି ଆରୁଖଙ୍କ ଠାରେ ଛାନିଆ ପଶିଲାଣି । ପୁଣିଥରେ ନିଜର ବିଜୟ ଧାରାକୁ ବଜାୟ ରଖିବା ପାଇଁ ପ୍ରଚାର ମଇଦାନରେ ବିକ୍ରମ । ତେବେ ବ୍ରହ୍ମପୁର ନିର୍ବାଚନକୁ ହାତ ଗଣତି ଦିନ କେଇଟା ବାକି ରହିଛି । ତେୟାର ହେଲେଣି ବିରୋଧି ଦଳ ନେତା । ବିକ୍ରମଙ୍କୁ ଚେକ ଦେବା ପାଇଁ ପ୍ରଦ୍ୟୁମ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି । ମନ୍ତ୍ରୀ ତଥା ପୂର୍ବତନ ବିଧାୟକଙ୍କ ଉପରେ ଭରସା କରି ସୁପ୍ରିମୋ ପୁଣିଥରେ ତାଙ୍କୁ ଟିକେଟ ଦେଇଛନ୍ତି । ସେ ମଧ୍ୟ ନିଜେ କରିଥିବା ବିକାଶର ରିପୋର୍ଟ କାର୍ଡ ଧରି ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଭଞ୍ଜନଗରେ ବିକ୍ରମଙ୍କ ଲେଖା ଛିଡାଇବା ପାଇଁ ପ୍ରଦ୍ୟୁମ୍ନ ଅଙ୍କ କଶୁଛନ୍ତି ଏବଂ ନିଜର ପ୍ରଚାର ମଧ୍ୟ ଜୋର ଚଳାଇଛନ୍ତି । ଯଦି ଦେଖିବା କଂଗ୍ରେସ ଏହି ଆସନରେ ବ୍ୟକଫୁଟରେ ରହିଛି । ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ଭଞ୍ଜନଗରରର ରାଜନୈତିକ ଭବିଷ୍ୟତ । ତେବେ ଦେଖିବାକୁ ବାକି ରହିଲା  ଶଙ୍ଖ ଗଡରେ ପଦ୍ମ ଫୁଟାଇବାରେ ଏବଂ ଆରୁଖଙ୍କ ବିଜୟଧାରାରେ ବ୍ରେକ ଲଗାଇବାରେ ଭାରତୀୟ ଜନତା ପାର୍ଟି ସଫଳ ହେଉଛି କି ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *