ଆଳୁ ପାଇଁ ଆକ୍ରୋଶର ଶିକାର ହେଲେ ଯୋଗାଣ ମନ୍ତ୍ରୀ !

ଆଳୁ ପାଇଁ ଆକ୍ରୋଶର ଶିକାର ହେଲେ ଯୋଗାଣ ମନ୍ତ୍ରୀ !

ପୁଣି ଆଳୁକୁ ନେଇ ଉଷ୍ମ ହେଲା ରାଜ୍ୟ ରାଜନୀତି । ରାଜ୍ୟରେ ଆଳୁ ସଙ୍କଟକୁ ନେଇ ବିଜେପିକୁ ଦାୟୀ କରୁଛନ୍ତି ସାଧାରଣ ଜନତା । ହଁ ଆଜ୍ଞା, କେବେ ରାଜ୍ୟରେ ଆଳୁ ସମସ୍ୟା ଦୂର ହେବ । କେବେ ଖାଉଟିଙ୍କୁ ସୁଲଭ ଦରରେ ଆଳୁ ମିଳିବ ସେନେଇ ଚିନ୍ତାରେ ପଡିଛନ୍ତି ଖାଉଟି । କିନ୍ତୁ ଖାଉଟିଙ୍କ ଏହି ଚିନ୍ତାର ସମାଧାନ କରିବା ବଦଳରେ ସରକାର ଏହାକୁ ନେଇ ରାଜନୀତି ଆରମ୍ଭ କରିଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ଆଳୁ ଆମଦାନୀ ପାଇଁ ରାସ୍ତା କରିବା ବଦଳରେ କେବଳ ଏଠୁ ସେଠୁ ଆଳୁ ଆସିବା ନେଇ ଯୋଗାଣ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି । ଏବଂ ପୂର୍ବ ସରକାରଙ୍କୁ ଦୋଷ ଦେଉଛନ୍ତି । କିନ୍ତୁ ଆଳୁ ଦର କିପରି କମିବ ସେନେଇ କିଛି ବି ପଦକ୍ଷେପ ଯୋଗାଣ ମନ୍ତ୍ରୀ ନେଉନଥିବା ଅଭିଯୋଗ ଆସୁଛି । ଅନ୍ୟପଟେ ଖୁଚୁରା ବେପାରୀଙ୍କୁ ମଧ୍ୟ ସରକାର ଆଳୁ ରେଟ କମାଇକି ଦେବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏତେ କମ୍ ଦାମରେ କିପରି ଆଳୁ ବିକ୍ରି କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । ଅନ୍ୟପଟେ କେବଳ ଖୁଚୁରା ବ୍ୟବସାୟୀଙ୍କୁ ଛାଡିଦେଲେ ଅନ୍ୟ କେଉଁଠି ବି ଆଳୁ ୩୦ରୁ ୩୨ ଟଙ୍କାରେ ବିକ୍ରି କରିବା ପାଇଁ ସରକାର ନିଦ୍ଦେଶ ଦେଇନାହାନ୍ତି । ଯାହାକୁ ନେଇ ଖୁଚୁରା ବ୍ୟବସାୟୀ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେବେ କେବଳ ବ୍ୟବସାୟୀ ନୁହଁନ୍ତି ଖାଉଟି ଏବଂ ବିରୋଧୀ ଦଳର ନେତାମାନେ ମଧ୍ୟ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଅସନ୍ତୋଷ ଝାଡୁଛନ୍ତି । କିନ୍ତୁ ସରକାରଙ୍କୁ କିଛି ବି ଫରକ ପଡୁନଥିବା ଆଲୋଚନା ଚାଲିଛି । ତେବେ ଦେଖାଯାଉ କେବେ ଆଳୁ ଏବଂ ପରିବା ଦର ନିୟନ୍ତ୍ରଣକୁ ଆସୁଛି ଏବଂ ସରକାର କେଉଁ ନୂତନ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *