ଆଳୁ ପାଇଁ ଗଲା ପୋଲିସ ଚାକିରୀ !

ଆଳୁ ପାଇଁ ଗଲା ପୋଲିସ ଚାକିରୀ !

ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ଆଳୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସମତେ ସମସ୍ତ ରାଜନୈତିକ ଦଳମାନଙ୍କ ପ୍ରୟାସ ଜାରି ରହିଛି । କିନ୍ତୁ ପୁଣିଥରେ ଆଳୁକୁ ନେଇ ଆସିଛି ଆଉ ଏକ ଚାଞଲ୍ୟକର ଖବର । ଆଳୁ ମାଗି ସସପେଣ୍ଡ ହୋଇଛନ୍ତି ପୋଲିସ ବାବୁ । ହଁ ଆଜ୍ଞା ଉତ୍ତରପ୍ରଦେଶର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରର କନୁଜର ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ କେଜି ଆଳୁ ମାଗି ନିଲମ୍ୱିତ ହୋଇଛନ୍ତି । କିନ୍ତୁ ଏହି କେଜିର ଆଳୁର ସତ୍ୟତା ପଛରେ କଣ ରହିଛି ଆପଣମାନେ ଜାଣିଲେ ମୁଣ୍ଡରେ ହାତ ଦେବେ । ସବୁଠାରୁ ବଡ କଥା ହେଲା କି ଏକ ମାମଲାକୁ ତୁଟାଇବା ପାଇଁ ଜଣେ ପରିବା ବ୍ୟବସାୟୀଙ୍କଠାରୁ ଲାଞ୍ଚ ମାଗୁଥିଲେ ପୋଲିସ ବାବୁ ଜଣଙ୍କ । ଲାଞ୍ଚ ମାଗିବା ବେଳେ ଆଳୁକୁ କୋଡୱାଡ ଭାବେ ସେ ବ୍ୟବହାର କରିଥିଲେ । ଯାହା ସାମ୍ନାକୁ ଆସିବା ପରେ ଉକ୍ତ ସବଇନସପେକ୍ଟରଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀଙ୍କ ନାଁରେ ଏକ ମାମଲା ରହିଥିଲା କିନ୍ତୁ ଏହାର ସମାଧାନ ପାଇଁ ସେ ଲାଞ୍ଚ ବାବଦକୁ ଆଳୁ ଶବ୍ଦର ବ୍ୟବହାର କରିଥିଲେ । ପୋଲିସ ବାବୁ ଆଳୁ ଆଳରେ ଟଙ୍କା ମାଗୁଥିବା ଜଣାପଡିଥିଲା । ଯାହାର ଅଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । କିନ୍ତୁ ନିଜ ଜାଲରେ ନିଜେ ଫସିଗଲେ ଲାଞ୍ଚୁଆ ପୋଲିସ ବାବୁ । ଯେଉଁଥିପାଇଁ ଚାକିରୀ ଗଲା ତା ସାଙ୍ଗକୁ ବଦନାମ ବି ହେଲେ ।

author

Related Articles

Leave a Reply

Your email address will not be published. Required fields are marked *