ଆସନ୍ତାକାଲିଠାରୁ ଉପରମୁହାଁ ହେବ ପାରଦ

ଆସନ୍ତାକାଲିଠାରୁ ଉପରମୁହାଁ ହେବ ପାରଦ

ପୁଣି ବଢିବ ତାପମାତ୍ରା । ଆସନ୍ତାକାଲିଠାରୁ ପୁଣିଥରେ ପାରଦ ଉପରମୁହାଁ ହେବା ନେଇ ସୂଚନା ମିଳିଛି । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମଲର ପ୍ରଭାବ ଓଡିଶାରେ ସେପରି କିଛି ପ୍ରଭାବ ପକାଇବନି ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇସାରିଛନ୍ତି । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ଵିଶେଷ ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ଆସନ୍ତାକାଲି ଠାରୁ ୨-୩ ଡିଗ୍ରୀ ତାପମାତ୍ରା ବଢିବ । ଆଗାମୀ ପାଞ୍ଚଦିନ ପର‌୍ୟ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୯୨.୮ ମିମି ସର୍ବାଧିକ ନୟାଗଡ଼ର ରାମପୁର ଏବଂ କେନ୍ଦ୍ରାପଡା ରାଜନଗରରେ ୭୮ ମିମି ବର୍ଷା ରେକର୍ଡ଼ କରାଯାଇଛି । ୩୧ ତାରିଖ ପର‌୍ୟ୍ୟନ୍ତ ଏମିତି ସ୍ଥିଥି ରହିବ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *