ଆସନ୍ତାକାଲିଠାରୁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

ଆସନ୍ତାକାଲିଠାରୁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଆସନ୍ତାକାଲିଠାରୁ 5 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏହି ସମ୍ମିଳନୀରେ ଓଡିଶାର ଗୌରବମୟ ଅତୀତ ଓ ପରିବର୍ତନଶୀଳ ବର୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି । ଯଥା-ପ୍ରାଚୀନ, ମଧ୍ୟ ଓ ଆଧୁନିକ । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି,କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ମଧ୍ୟଯୁଗୀୟ ଓଡିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଂଗୀତ ପରମ୍ପରାଗୁଡିକ ପ୍ରଦର୍ଶିତ ହେବ ।

author

Related Articles

Leave a Reply

Your email address will not be published. Required fields are marked *