ଆସନ୍ତାକାଲିଠୁ କମ୍ପିବ ପ୍ରଚାର; ଆସୁଛନ୍ତି ମୋଦି

ଆସନ୍ତାକାଲିଠୁ କମ୍ପିବ ପ୍ରଚାର; ଆସୁଛନ୍ତି ମୋଦି

ଆସନ୍ତାକାଲିଠୁ କମ୍ପିବ ପ୍ରଚାର ମୈଦାନ । ଓଡିଶା ଆସୁଛନ୍ତି ମୋଦି । ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୯ଟା ୩୦ରେ ଭୁବନେଶ୍ୱରର ବିମାନ ବନ୍ଦରରେ ପହଁଞ୍ଚିବେ ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ରାତ୍ରି ଯାପନ ପରେ ସେ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆସନ୍ତା ୬ ତାରିଖରେ ଓଡିଶାରେ ମୋଦିଙ୍କ ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମ ହେବାକୁ ଯାଉଥିବା ଜଣାପଡିଛି । ନିଜ ଦଳୀୟ କର୍ମୀଙ୍କୁ ପ୍ରୋତ୍ସାହିତ କରିବା ସହ ଭୋଟ ଅପିଲ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *