ଦିନକ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡିବ ଭୋଟ । ଶେଷ ଦିନରେ ପ୍ରଚାରକୁ ଜୋରଦାର ରଖିଛନ୍ତି ପ୍ରାର୍ଥୀ । ଭୋଟରଙ୍କ ନିକଟତର ହେଉଛନ୍ତି ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କମଲା ହ୍ୟାରିସ୍ ୱିସ୍କୋସିନ୍ରେରେ ଦଳୀୟ କର୍ମୀଙ୍କୁ ନେଇ ପ୍ରଚାର କରିଥିବା ବେଳେ ଭର୍ଜିନିଆରେ ପ୍ରଚାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ସମୟରେ ସେ ଜୋ ବାଇଡେନ ଓ କମଲା ହାରିସଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କମଲା ହାରିସଙ୍କୁ ଟ୍ରମ୍ପ ବାମପନ୍ଥୀଙ୍କ ସପକ୍ଷବାଦୀ କହିବା ସହ ଦେଶରେ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆଣିବାକୁ ଯୁବପିଢୀଙ୍କୁ ଆହ୍ବାନ ଦେଇଛନ୍ତି । ଏସବୁ ମଧ୍ୟରେ ଆସନ୍ତା ୫ ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜାଣନ୍ତୁ କଣ ରହିଛି ସଂଖ୍ୟା ଗଣିତ ।
You can share this post!
author