ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନିର୍ବାଚନ ପାଇଁ ପ୍ରଚାର ପ୍ରସାରରେ କମ୍ପୁଛି ସାରା ରାଜ୍ୟ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟକୁ ଛୁଟୁଛନ୍ତି ଦିଲ୍ଲୀ ନେତା । ଆଉ ଏହାରି ମଧ୍ୟରେ ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶନିବାର ସ୍ମୃତି ଇରାନୀ ଓଡିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ଆସନ୍ତାକାଲି ସ୍ମୃତି ଇରାନୀ କୁଜଙ୍ଗ, ଆଳି ଏବଂ ବାଲେଶ୍ୱର ରେମୁଣାରେ ନିର୍ବାଚନୀ ସଭା କରିବେ । ଖାସ୍ କରି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ ସ୍ମୃତି ଇରାନୀ । ତେବେ ଏହା ପୂୂର୍ବରୁ ବିଜେପିର ତମାମ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ପ୍ରଚାର କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *