ଆସନ୍ତାକାଲି ଦିଲ୍ଲୀରେ ବିରୋଧୀଙ୍କ ମେଗା ସୋ

ଆସନ୍ତାକାଲି ଦିଲ୍ଲୀରେ ବିରୋଧୀଙ୍କ ମେଗା ସୋ

ନୂଆଦିଲ୍ଲୀ:

ଆସନ୍ତାକାଲି ଦିଲ୍ଲୀରେ ବିରୋଧୀଙ୍କ ମେଗା ସୋ | ଚବିଶ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି | ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ଆସନ୍ତା କାଲି ଏକ ବୈଠକ ହେବ | ଦିଲ୍ଲୀରେ ବିରୋଧୀ ଦଳଙ୍କୁ ନେଇ ଷ୍ଟାଲିନଙ୍କ ଏକ ବୈଠକ ଅନୁଷ୍ଠିତ ହେବ |୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ରଣନୀତି କିଛି ଗୁରୁତ୍ବ ବହନ କରୁଛି । ଅଲ୍ ଇଣ୍ଡିଆ ଫେଡେରେସନ ଫର୍ ସୋସିଆଲ ଜଷ୍ଟିସ ପକ୍ଷରୁ ହେଉଥିବା ସମ୍ମିଳନୀ ଅବସରରେ ବିରୋଧୀ ଦଳ ଏକାଠି ହେବେ |

ତେବେ ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରମୁଖ ଯୋଗଦେବେ । ଏହାସହିତ ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜର ପ୍ରତିନିଧି ପଠାଇପାରନ୍ତି ବୋଲି ସୂଚନା ମିଳିଛି |

ଏହାସହିତ ଏହି ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରିୟେନ, ଆପ୍ ଏମପି ସଞ୍ଜୟ ସିଂ ଓ ବିଆରଏସ ଏମପି କେଶବ ରାଓ ଯୋଗ ଦେବା ସମ୍ଭାବନା ରହିଛି । ତେବେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବା ଏମ.କେ ଷ୍ଟାଲିନଙ୍କ ଏହା ଦ୍ବିତୀୟ ବୈଠକ |

author

Related Articles

Leave a Reply

Your email address will not be published. Required fields are marked *