ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ…

ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ…

ଦେଶରେ ଜୋର ଧରୁଛି ନିର୍ବାଚନ ପାଇଁ ପ୍ରଚାର । ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଛି । ଦେଶରେ 6ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 58ଟି ଆସନରେ ମତଦାନ ହେବାକୁ ଯାଉଛି । ଏଥିରେ ରହିଛି ଦିଲ୍ଲୀର ୭ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଜାମ୍ମୁକାଶ୍ମୀରର ଗୋଟିଏ ଆସନ ବିହାରର ୮ଟି, ହରିୟାଣାର ୧୦ଟି , ଝାଡଖଣ୍ଡର ୪ଟି, ଓଡିଶାର ୬ଟି । ଷଷ୍ଠ ପର୍ଯ୍ୟାୟରେ ୫୮ଟି ଆସନରେ ୮୮୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ସବୁ ଦଳ ଉଦ୍ୟମ କରିଛନ୍ତି । ପ୍ରଚାରର ଶେଷ ଦିନରେ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଭଳି ଦଳ ଜୋରଦାର ପ୍ରଚାର କରିଛନ୍ତି । ସେହିଭଳି ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

author

Related Articles

Leave a Reply

Your email address will not be published. Required fields are marked *