ଆସନ୍ତାକାଲି ବଡନେତାଙ୍କ ଭାଗ୍ୟପରୀକ୍ଷା

ଆସନ୍ତାକାଲି ବଡନେତାଙ୍କ ଭାଗ୍ୟପରୀକ୍ଷା

ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଭୋଟରଙ୍କ ମନ ଉତ୍ସାହିତ ଥିବା ବେଳେ ପ୍ରାର୍ଥୀଙ୍କର ଛାତି ଧଡଧଡ ହେଉଛି । ତେବେ ଆସନ୍ତା କାଲି ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ର ସହ ୨୮ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଏହି ସବୁ ଆସନରେ ରାଜନୀତିର ଅନେକ ଚର୍ଚ୍ଚିତ ଚେହେରାଙ୍କ ଭାଗ୍ୟ କାଲି ନିର୍ଦ୍ଧାରଣ ହେବ । ତେବେ ଏହି ବଡ ନେତାଙ୍କ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ, ଅଭିନେତା ତଥା ରାଜନେତା ସିଦ୍ଧାନ୍ତ ମହାପାତ୍ର , ଭୃଗୁ ବକ୍ସିପାତ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, ରମେଶ ଚ୍ୟାଉ ପଟ୍ଟନାୟକ , ବିଜୟ ପଟ୍ଟନାୟକ, ସପ୍ତଗିରି ଉଲାକା ଆଦି ସାମିଲ ଅଛନ୍ତି । ତେବେ ଏମାନଙ୍କର ଭାଗ୍ୟ ଚମକି ବି ନା ଅନ୍ଧାରରେ ରହିବ ତାହା ଜୁନ ୪ ର ଫଳାଫଳ ଉପରେ ନିର୍ଭର କରେ ।

author

Related Articles

Leave a Reply

Your email address will not be published. Required fields are marked *