ଭୁବନେଶ୍ଵର:
ଆସନ୍ତା ଏପ୍ରିଲ ୩ ରୁ ୧୫ ଯାଏ ଦେଖାହବ ମାଟ୍ରିକ ଖାତା | ଏଥିପାଇଁ ୫୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି | ବୋର୍ଡ଼ ପ୍ରୋସିଜିୟର ଅନୁସାରେ ତ୍ରୁଟିଶୂନ୍ୟ ଭାବେ ମୁଲ୍ୟାୟନର ବ୍ୟବସ୍ତା କରାଯାଇଛି | ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ଼ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବ | ସେପଟେ ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି |
ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସରିବା ପରେ ପରେ ଖୁବ ଶୀଘ୍ର ଖାତା ଦେଖା ଆରମ୍ଭ ହେବ | ଖାତା ଦେଖା ସରିବା ପରେ ଖୁବ୍ଶୀଘ୍ର ଫଳାଫଳ ପ୍ରକାଶ ପାଇବ | ଯାହାଫଳରେ ଜୁନ ମାସରୁ ଏକାଦଶ ପାଠ ପଢ଼ା ଆରମ୍ଭ ହୋଇପାରିବ |
