ଆସନ୍ତା କାଲି ଅଁଳା ନବମୀ ଚଳଚଂଚଳ ସାକ୍ଷୀଗୋପାଳ ମନ୍ଦିର

ଆସନ୍ତା କାଲି ଅଁଳା ନବମୀ ଚଳଚଂଚଳ ସାକ୍ଷୀଗୋପାଳ ମନ୍ଦିର


ଆସନ୍ତା କାଲି ଅଁଳା ନବମୀ ପଡୁଥିବାରୁ ସାକ୍ଷୀଗୋପାଳ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପଯ୍ୟାୟରେ | ଏଥିଲାଗି ପ୍ରଶାସନ ପାଖରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି | ମନ୍ଦିର ସମୁଖ ଭାଗରେ ବ୍ୟାରିକେଡ଼ ଠାରୁ ଆରମ୍ଭ କରି ମୋବାଇଲ ଷ୍ଟାଣ୍ଡ , ସଫେଇ କାର୍ଯ୍ୟ ଶେଷ ପଯ୍ୟାୟରେ ପହଞ୍ଚିଛି | ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି | ଅଳାଁ ନବମୀ ଦିନ ଭୋର ସମୟରୁ ଶ୍ରୀକୃଷ୍ଣ ନଟବର ବେଶ ଓ ରାଧାରାଣୀ ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ |

କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଅଁଳା ନବମୀ ଦିନ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ରାଧାପାଦ ଦର୍ଶନ କରିପାରିବେ। ମାତ୍ର ରାଧା ପାଦ ସ୍ପର୍ଶ କରିପାରିବେ ନାହିଁ।

author

Related Articles

Leave a Reply

Your email address will not be published. Required fields are marked *