ଆସନ୍ତା ସପ୍ତାହରେ ବାଜିବ ନିର୍ବାଚନ ବିଗୁଲ !

ଆସନ୍ତା ସପ୍ତାହରେ ବାଜିବ ନିର୍ବାଚନ ବିଗୁଲ !

୨୦୨୪ ନିର୍ବାଚନ ପାଇଁ କେବେ ଘୋଷଣା ହେବ ତାରିଖ? ସମସ୍ତଙ୍କ ଅପେକ୍ଷା ରହିଛି ସେହି ଗୋଟିଏ ଦିନକୁ। ନିର୍ବାଚନ କମିଶନ ଆସନ୍ତା ୧୪ କିମ୍ବା ୧୫ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବା ସମ୍ଭାବନା ରହିଛି । ୨୦୧୯ ଭଳି ଏଥର ବି ୭ଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବା ସମ୍ଭାବନା ରହିଛି । ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା । ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା । ମେ’ ୨୩ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇଥିଲା । ୨୦୧୯ ଭଳି ୨୦୨୪ରେ ସମାନ ଧରଣର ତାରିଖ ଘୋଷଣା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *