ଆସନ୍ତା ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି

ଆସନ୍ତା ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି

ଆସନ୍ତା ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି । ରମାଦେବି ମହିଳା ବିଶ୍ୱବିଦ୍ୟାଳୟରେ ଦ୍ୱତୀୟ ସମାବର୍ତ୍ତନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏଥିଲାଗି ରାଷ୍ଟ୍ରପତିଙ୍କର ଦିତିୟ ଥର ଓଡିଶା ଆସିବା କାଯ୍ୟକ୍ରମ ରହିଛି । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ତରଫରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷକୁ ଅବଗତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମାବର୍ତ୍ତନ ଉତ୍ସବ ପୂର୍ବରୁ ଅର୍ଥାତ ୭ ତାରିଖରେ ବିଶ୍ୱ ବିଦ୍ୟାଳୟର ନୂତନ ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଆଖି ଆଗରେ ରଖି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ହାତରେ କମ୍ ସମୟ ଥିବାରୁ ବିଶ୍ୱବିଦ୍ୟାଳ ପରିସରକୁ ସଫା ଏବଂ ରଙ୍ଗ କାମ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *