ଆସନ୍ତା ୧୯ରେ ହେବ ମାହାଙ୍ଗା ଡବଲ ମର୍ଡରର ଶୁଣାଣି

ଆସନ୍ତା ୧୯ରେ ହେବ ମାହାଙ୍ଗା ଡବଲ ମର୍ଡରର ଶୁଣାଣି

ବିଜେଡି ବିଧାୟକ ପ୍ରତାପ ଜେନା ଲିପ୍ତଥିବା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ। ହାଇକୋର୍ଟ ମାମଲାର ଶୁଣାଣି କରିବେ । ପରବର୍ତି ଶୁଣାଣି ପର‌୍ୟ୍ୟନ୍ତ କୌଣସି କଡା କାର‌୍ୟ୍ୟାନୁଷ୍ଠାନ ନନେବାକୁ ସାଲେପୁର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ବିଜେଡି ବିଧାୟକ ପ୍ରତାପ ଜେନା ।ଗତକାଲି ସାଲେପୁର କୋର୍ଟ ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତି ଶୁଣାଣି କରିବାକୁ ଧାର‌୍ୟ୍ୟ କରିଥିଲେ । ଏହା ଉପରେ ରୋକ ଲଗାଇଛନ୍ତି କୋର୍ଟ । ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରିଥିଲେ ଜେଏମଏଫସି କୋର୍ଟ । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ ହାଜର ହୋଈନଥିଲେ ମାହାଙ୍ଗା ବିଧାୟକ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଉଭୟ ମାମଲାରେ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ କରିଥିଲା ବିଜେପି ।

author

Related Articles

Leave a Reply

Your email address will not be published. Required fields are marked *