ଆସନ୍ତା ୮ତାରିଖ ଯାଏଁ ଜେଲରେ ରହିବେ ଟୁଟୁ ନାୟକ

ଆସନ୍ତା ୮ତାରିଖ ଯାଏଁ ଜେଲରେ ରହିବେ ଟୁଟୁ ନାୟକ

ମହିଳା ସାମ୍ବାଦିକା ଦେବଷ୍ମିତାଙ୍କୁ କାର୍ଯ୍ୟରତ ଅବସ୍ଥାରେ ମାଡ ମାରିବା ଅଭିଯୋଗରେ ଏବେ ୧୪ ଦିନିଆ ବିଚାର ବିଭାଗ ହାଜତରେ ଅଛନ୍ତି ପ୍ରଯୋଜକ ଟୁଟୁ ନାୟକ । ଟୁଟୁଙ୍କୁ ନାଁରେ ଲାଗିଛି ସଙ୍ଗୀନ ଦଫା ୩୫୪, ୩୪୧, ୩୨୩, ୨୯୪ । ପ୍ରଥା ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ୱାତି କମ୍ପେ୍ଲକ୍ସରେ ସାମ୍ବାଦିକଙ୍କୁ ମାଡ ମାରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ପୋଲିସ । ତେବେ ବର୍ତ୍ତମାନ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୮ ତାରିଖରେ ହେବ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆସନ୍ତା ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ ।

author

Related Articles

Leave a Reply

Your email address will not be published. Required fields are marked *