ଆସନ୍ତା 18ରେ କୋର୍ଟରେ ହାଜିର ହେବାକୁ ପ୍ରତାପଙ୍କୁ ନୋଟିସ

ଆସନ୍ତା 18ରେ କୋର୍ଟରେ ହାଜିର ହେବାକୁ ପ୍ରତାପଙ୍କୁ ନୋଟିସ

ମହାଙ୍ଗା ଡବଲ ମର୍ଡର କେସରେ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଦିଆଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଓକିଲଙ୍କ ଜରିଆରେ ନିଜର ପକ୍ଷ ରଖିଥିଲେ । ତେବେ  ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବାକୁ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତ ମାହାଙ୍ଗା ବ୍ଳକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଦିବ୍ୟସିଂଘ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ ବିଶ୍ୱାଳଙ୍କ ଟାଙ୍ଗି-କଟକ ରାସ୍ତା ସନ୍ଦେହଜନକ ଭାବେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଉଭୟ ମାମଲାରେ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ଗତ ସେପ୍ଟେମ୍ବରରେ ପ୍ରତାପଙ୍କ ବିରୋଧରେ ତଦନ୍ତ ଜାରି ରଖିବା ସହ ଭୁବନେଶ୍ୱର କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *