ଆସିକା ବିଧାୟକଙ୍କ ବିରୋଧରେ ସରପଞ୍ଚ ସଙ୍ଘର ପଦଯାତ୍ରା ଓ ପ୍ରତିବାଦ

ଆସିକା ବିଧାୟକଙ୍କ ବିରୋଧରେ ସରପଞ୍ଚ ସଙ୍ଘର ପଦଯାତ୍ରା ଓ ପ୍ରତିବାଦ

ବିଧାନସଭା ରେ ସରପଞ୍ଚ ଙ୍କ ବିରୋଧ ରେ ମନ୍ତବ୍ୟ ଦେଇ ହରଡ଼ ଘଣାରେ ଗଞ୍ଜାମ ଜିଲ୍ଲା ଆସିକା ବିଧାୟକ ସରୋଜ କୁମାର ପାଢ଼ୀ l ବିଧାୟକ ଙ୍କୁ ପଦରୁ ବରଖାସ୍ତ ଓ ସରପଞ୍ଚ ମାନଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବିକରି ରାଜ ରାସ୍ତା କୁ ଓଲ୍ହାଇଛି ସରପଞ୍ଚ ସଙ୍ଘ l ଆଜି ଆସିକା ଏନଏସି ସ୍ଥିତ ନୁଆଁ ବସ ଷ୍ଟାଣ୍ଡ ଠାରୁ ସରପଞ୍ଚ ସଂଘର ବହୁ ସଦସ୍ୟ ଆସିକା ବିଧାୟକ ଡାଉନ ଡାଉନ, ସରପଞ୍ଚ ଏକେତା ଜିନ୍ଦାବାଦ ନାରାଦେଇ ହାତରେ ଫ୍ଲାଗ କାର୍ଡ ଧରି ପଦ ଯାତ୍ରା ରେ ବାହାରି ଥିଲେ l ଏହି ପଦଯାତ୍ରା ବିନାୟକ ବଜାର, କୋର୍ଟ ରୋଡ଼, ସୁନାମ୍ବସାହି,ତାଲୁକା ଦେଇ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା l ଏଠାରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି l ତେବେ ଗତ ବିଧାନସଭା ଅଧିବେସନ ବେଳେ ରାଜ୍ୟର ସମସ୍ତ ପଞ୍ଚାୟତ ସମେତ ଆସିକା ନିର୍ବାଚନ ମଣ୍ଡଳୀ ରେ ସରପଞ୍ଚ ମାନେ ପଞ୍ଚାୟତରେ ବ୍ୟାପକ ଘୋଟଲା କରି ସରକାରୀ ଟଙ୍କା ଆତ୍ମସାତ କରିଥିବା ରୁ ଏହା ବିରୋଧ ତଦନ୍ତ କରିବାକୁ ଦାବୀ କରିଥିଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ l ଏହି ମନ୍ତବ୍ୟକୁ ନେଇ ସରପଞ୍ଚ ସଙ୍ଘ ବିଧାୟକ ଙ୍କୁ ବିରୋଧ କରୁଛି l ତେବେ ଆଜି ସରପଞ୍ଚ ସଙ୍ଘ ପକ୍ଷରୁ ଆୟୋଜିତ ପଦଯାତ୍ରା ଓ ପ୍ରତିବାଦ ଅବସର ରେ ଆସିକା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଭବାନୀ ଶଙ୍କର ମଲ୍ଲିକ ଙ୍କ ସମେତ ବ୍ଲକ ଓ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l

author

Related Articles

Leave a Reply

Your email address will not be published. Required fields are marked *