ଆସିବ କରୋନାଠୁ ବଡ ମହାମାରୀ

ଆସିବ କରୋନାଠୁ ବଡ ମହାମାରୀ

ସାରା ବିଶ୍ୱରୁ ସମ୍ପୁର୍ଣ୍ଣ ଟଳିନି କରୋନା ବିପଦ ଆଗକୁ କୋଭିଡ ଠାରୁ ଆହୁରି ଭୟଙ୍କର ମହାମାରୀ ଆସିପାରେ | ସାରା ବିଶ୍ୱକୁ ଏଭଳି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ମୁଖ୍ୟ Dr Tedros Adhanom Ghebreyesus କହିଛନ୍ତି ପରବର୍ତ୍ତୀ ମହାମାରୀ ପାଇଁ ସାରା ବିଶ୍ୱ ପ୍ରସ୍ତୁତ ରହିବା ଉଚିତ କରୋନା ତୁଳନାରେ ଆହୁରି ଘାତକ ମଧ୍ୟ ହୋଇପାରେ | ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ଅଧିବେଶନରେ ରିପୋର୍ଟ ଉପସ୍ଥାପନ ମିଳେ | WHO ମୁଖ୍ୟ କହିଛନ୍ତି ନୂଆ ଭୁତାଣୁ ଯେକୌଣସି ମୁର୍ହୁତରେ ବି ଆସିପାରେ ଯାହା କରୋନା ତୁଳନାରେ ଅଧିକ ମାରାତ୍ମକ ପାଲଟିବ |

ସଂକ୍ରମଣ ଓ ମୃତ୍ୟୁର ଭୟ ବଢାଇବା ଆଶଙ୍କା ରହିଛି ନୂଆ ଜୀବାଣୁ ଆହୁରି ଭୟଙ୍କର ରୂପ ନେଇକି ଆସିପାରେ | WHO ମୁଖ୍ୟ କହିଛନ୍ତି ଯେତେବେଳେ କରୋନା ମହାମାରୀ ଆସିଲା ସେତେବେଳେ ବିଶ୍ୱ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ନଥିଲା | କିନ୍ତୁ ପରବର୍ତ୍ତୀ ମହାମାରୀ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ | ଏହା ସହିତ WHO ମୁଖ୍ୟ କହିଛନ୍ତି ଯଦି ଓ କରୋନା ଆଉ ଜରୁରୀ ସ୍ୱାସ୍ଥ୍ୟ ସଙ୍କଟ ହୋଇନାହିଁ କିନ୍ତୁ ସାରା ବିଶ୍ୱ ପାଇଁ କୋଭିଡ ଏବେବି ଚାଲେଞ୍ଜ ହୋଇ ରହିଛି | କରୋନା ସାରା ବିଶ୍ୱରୁ ୨କୋଟି ରୁ ଅଧିକ ଜୀବନ ନେଇଛି |

author

Related Articles

Leave a Reply

Your email address will not be published. Required fields are marked *