ଆସିଲା ଦମଦାର ଅଫର…ଫ୍ରିରେ ମିଳିବି 3 ମାସ ରିଚାର୍ଜ !

ଆସିଲା ଦମଦାର ଅଫର…ଫ୍ରିରେ ମିଳିବି 3 ମାସ ରିଚାର୍ଜ !

ଅମ୍ୱାନୀ ପରିବାରରେ ଚାଲିଛି ବିବାହର ମାହୋଲ । ଏହାରି ଭିତରେ ଅନନ୍ତ ଅମ୍ୱାନୀଙ୍କ ବାହାଘର ପାଇଁ ଏକ ଦମଦାର ଅଫର ଆଣିଛନ୍ତି ମୁକେଶ ଅମ୍ୱାନୀ । ଜିଓ ଗ୍ରାହକଙ୍କ ପାଇଁ ସବୁଠୁ ତାଜା ଖବର । ହଁ ଆଜ୍ଞା ତିନିମାସର ମାଗଣା ରିଚାର୍ଜ ଅଫର ଦେଉଛି ଜିଓ । ହଁ ଆଜ୍ଞା ମେସେଜିଙ୍ଗ ଆପ ହ୍ୱାଟସଅପରେ ଏବେ ଏଭଳି କିଛି ମେସେଜ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲେଖାଯାଇଛି କି ଅନନ୍ତ ଅମ୍ୱାନୀଙ୍କ ବିବାହ ଅବସରରେ ରିଲିଆନସ ଜିଓ ଆଣିଛି ଏକ ବଡ ଅଫର । ଏହି ମେସେଜ ଉପରେ ଏକ ଲିଙ୍କ ରହୁଛି ଏବଂ ତା ଉପରେ କ୍ଲିକ କରିବାକୁ କୁହାଯାଉଛି । ଯାହା ବର୍ତ୍ତମାନ ସମୟରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଆଉ ଏକ କଥା ଶୁଣିଲେ ଆପଣଙ୍କୁ ଶକ୍ତ ଝଟକା ଲାଗିବ । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଟେଲିକମ କମ୍ପାନୀ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ଏବଂ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ଯଦି ଏଥିରେ ଆପଣ ବିଶ୍ୱାସ ରଖି ଏହି ଲିଙ୍କ ଉପରେ କ୍ଲିକ କରୁଛନ୍ତି ତେବେ ଏପରି କରନ୍ତୁ ନାହିଁ । ଏପରି କଲେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣଙ୍କ ସହିତ ସ୍କାମ ହୋଇପାରେ ଲିଙ୍କ ଉପରେ କ୍ଲିକ କଲେ ଆକାଉଣ୍ଟରୁ ଟଙ୍କା କଟିଯାଇପାରେ । ଏହି ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । କାହିଁକିନା ଯଦି ଜିଓ କମ୍ପାନୀ ଏପରି କିଛି ଘୋଷଣା କରିଥାନ୍ତା ତେବେ ଯେକୌଣସି ଅଫିସିଆଲ ନୋଟିସ ଆସିଥାନ୍ତା କିନ୍ତୁ ସେପରି କିଛି ବି ହୋଇନାହିଁ । ତେଣୁ ଏହା ଉପରେ ଭରସା କରି ଏପରି ଭୁଲ କରନ୍ତୁ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *