ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନିର୍ବାଚନ ପାଇଁ ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି ସମସ୍ତ ଦଳ । ଏହି କ୍ରମରେ ଆଜି ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିକା ଥିବା ୧୨ଟି ବିଧାନସଭା ଆସନ ମଧ୍ୟରୁ ଆଉ ୬ଟି ଆସନରେ ପ୍ରାର୍ଥୀ ଦେଇଛି ବିଜେଡି । ଏହି ତାଲିକାରେ ବରୀରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ସେହି ପରି ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପଲ୍ଲୀରୁ ଅର୍ଚ୍ଚନାରେଖା ବେହେରା, କାକଟପୁରରୁ ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍ ମିଳିଛି । ଏହାସହ ବାଲିକୁଦା –ଏରସମାରୁ ସାରଦା ପ୍ରସାଦ ନାୟକ ଏବଂ ବାଙ୍ଗିରିପୋଷିରୁ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି ।

author

Related Articles

Leave a Reply

Your email address will not be published. Required fields are marked *