ଆସିଲା ହାଇକୋର୍ଟ ନୋଟିସ୍‌…ଟଙ୍କଧରଙ୍କ ଖୁସିରେ ଲାଗିଲା ଦୀପାଳିଙ୍କ ନଜର

ଆସିଲା ହାଇକୋର୍ଟ ନୋଟିସ୍‌…ଟଙ୍କଧରଙ୍କ ଖୁସିରେ ଲାଗିଲା ଦୀପାଳିଙ୍କ ନଜର

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଖୁସିରେ ଲାଗିଲା ଦିପାଳୀଙ୍କ ନଜର । ହାଇକୋର୍ଟ କାଠଗଡାକୁ ଟଣା ହେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ହଁ ଆଜ୍ଞା, ଶେଷରେ ଦୀପାଳି ଦାସଙ୍କୁ ଆଶ୍ୱସ୍ତି ମିଳିଛି । ଦୀର୍ଘ ଦିନ ଧରି ସେ ଯେଉଁ ପ୍ରୟାସ କରୁଥିଲେ ତାହା ଏବେ ଧୀରେ ଧୀରେ ସଫଳ ହେଉଥିବା ଦେଖିବାକୁ ମିଳୁଛି । କାରଣ ଝାରସୁଗୁଡାର ନୂଆ ବିଧାୟକ ତଥା ନିଜ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କ ନାଁରେ ସେ ଯେଉଁ ଅଭିଯୋଗ ଆଣିଥିଲେ ତାକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି । ଏବଂ ନିର୍ବାଚନ ଅନିୟମିତତା ଅଭିଯୋଗକୁ ଗ୍ରହଣ କରି ଟଙ୍କଧର ତ୍ରିପାଠୀଙ୍କୁ ଜବାବ ଦାଖଲ ନୋଟିସ ଜାରି କରିଛନ୍ତି । ତେବେ ମାତ୍ର ଅଳ୍ପ ଭୋଟରେ ଝାରସୁଗୁଡା ଆସନରୁ ପରାଜିତ ହୋଇଥିବା ବିଜେଡି ନେତ୍ରୀ ଦୀପାଳି ଦାସ ନିଜ ପରାଜୟକୁ ଅସ୍ୱୀକାର କରି ଝାରସୁଗୁଡା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ପୁନଃ ଭୋଟ ଗଣତି ପାଇଁ ଆବେଦନ କରୁଥିଲେ । ଏପରିକି ଏଥିରେ ସନ୍ତୁଷ୍ଟି ନପାଇ ଶେଷରେ ଟଙ୍କଧରଙ୍କ ସତ୍ୟପାଠ ଉପରେ ଆଙ୍ଗୁଠି ଉଠାଇଥିଲେ । ଟଙ୍କଧର ନିଜ ଅପରାଧିକ ମାମଲା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିନଥିବା ଅଭିଯୋଗ ଆଣି ସେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟରେ ଅଭିଯୋଗ କରିବାର ପାଖାପାଖି ମାସେ ପରେ ଶେଷରେ ଏହି ଅଭିଯୋଗକୁ ଗ୍ରହଣ କରିବା ସହ ଟଙ୍କଧରଙ୍କୁ ଜବାବ ଦାଖଲ ନୋଟିସ ଜାରି କରାଯାଇଛି । ଏବଂ ଏହାକୁ ନେଇ ଦୀପାଳି ମଧ୍ୟ ବେଶ୍ ଖୁସି ଥିବା କୁହାଯାଉଛି । ତେବେ ଗତ କିଛି ଦିନ ଧରି ଟଙ୍କଧର ଲାଇମ ଲାଇଟରେ ରହୁଥିଲେ । ବିଧାନସଭା ଭିତରେ ଏବଂ ବିଧାନସଭା ବାହାରେ ସେ ଯେଉଁ ଭଳି ଭାବରେ ବିରୋଧୀଙ୍କୁ ବାକ୍ୟବାଣରେ ଘାଇଲା କରୁଥିଲେ । ଆଉ ସେଥିପାଇଁ ସେ ଚର୍ଚ୍ଚାରେ ମଧ୍ୟ ରହୁଥିଲେ । ଏବଂ ଏହାକୁ ନେଇ କୁହାଯାଉଥିଲା ଯେ, ଦୀପାଳିଙ୍କ ବିଧାନସଭା ଆଶା ପୁଣି ଥରେ ମଉଳିଗଲା ବୋଲି । କିନ୍ତୁ ଏହି ନୋଟିସ ପରେ ଏପରି କିଛି ହେଲା ପରି ନଜର ଆସୁନି । ତେବେ ଦେଖାଯାଉ ଆଗକୁ କଣ ହେଉଛି ଏବଂ ଝାରସୁଗୁଡା ଗଣିତ ବଦଳୁଛି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *