ଭୀଷଣ ବାତ୍ୟାର ରୂପ ନେଲା ଦାନା
ବାତ୍ୟା ପୂର୍ବରୁ ନବୀନ କରିଲେ ଏମିତି ପୋଷ୍ଟ
ନବୀନ ଛାଡିଗଲେ ଛାପ ଝୁରିଲେ ଜନତା
ଓଡିଶାବାସୀଙ୍କୁ କିଛି ଏମିତି କହିଲେ ନବୀନ
ହଁ ଦର୍ଶକବନ୍ଧୁ ଓଡିଶାରେ ତାଣ୍ଡବ ରଚିବା ପାଇଁ ମାଡିଆସୁଛି ବାତ୍ୟା ଦାନା । ଆଉ କଛି ସମୟର ଅପେକ୍ଷା ସ୍ଥଳଭାଗ ଛୁଇଁବ ଦାନା । ଭିତରକନିକା ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ଘଣ୍ଟା ପ୍ରତି 15 କିମି ବେଗରେ ଆଗକୁ ମାଡି ଆସୁଛି । ଭୟଭୀତ ନ ହୋଇ ସଜାଗ ରହିବା ପାଇଁ ଜନତାଙ୍କୁ ଆଶ୍ୱସ୍ତି ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଯେ ଉପମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ । ଏନଡିଆରଏଫ ଓ ଓଡ୍ରାଫ ଟିମ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଦୀର୍ଘ 24 ବର୍ଷ ଧରି ଓଡିଶାରେ ବାତ୍ୟାର ମୁକାବିଲା କରିଆସୁଥିବା ନବୀନଙ୍କୁ ଝୁରୁଛନ୍ତି ଜନତା । ନୂଆ ସରକାର ଆସିଛନ୍ତି ଲୋକଙ୍କ ନୂଆ ଆଶା ବଢିଥିବା ବେଳେ ଧିରେ ଧିରେ ମୋହନଙ୍କ ଉପରେ ଭରସା ତୁଟାଇ ନବୀନ ମୁହାଁ ହେବାରେ ଲାଗିଛନ୍ତି ଜନତା । ବାତ୍ୟା ପୂର୍ବରୁ ଓଡିଶା ବାସୀଙ୍କୁ ସତର୍କ କରାଇବା ପାଇଁ ନବୀନ ଏକ ଭିଡିଓ ପୋଷ୍ଟ କରିବା ସହ କିଛି ଏପରି ଲେଖା ମଧ୍ୟ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବିଜେଡିର ସମସ୍ତ ନେତା କର୍ମୀ ଓ ବିଧାୟକ ଓ ସାଧାରଣ ଜନତା ମାନଙ୍କୁ ନବୀନ ଏଭଳି କିଛି ବାର୍ତ୍ତା ଦେଇଛନ୍ତି । ଯାହାକୁ ଦେଖିବା ପରେ ସାଧାରଣ ଜନାତଙ୍କର ନବୀନଙ୍କ ପ୍ରତି ଆହୁରି ଭଲପାଇବା ବଢିଯାଇଛି । ଟିକିଏ ନଜର ପକାନ୍ତୁ ନବୀନଙ୍କ ଏହି ଲେଖା ଉପରେ ସେ ଏଥିରେ ଲେଖିଛନ୍ତି କି ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ। ବିଭିନ୍ନ ସମୟରେ ବାତ୍ୟା ଆସିଛି, ଆଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛେ। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା। ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା। ଭୟଭୀତ ନ ହୋଇ, ଆମେ ସମସ୍ତେ ସଜାଗ ରହିବା । ଶୁଣିଲେ ତ ଆଜ୍ଞା ନବୀନଙ୍କ ଏହି ବାର୍ତ୍ତାଟିକୁ କ୍ଷମତାରେ ନଥିଲେ ମଧ୍ୟ ଓଡିଶା ବାସୀଙ୍କ ସେବା କରିବା ପାଇଁ ପୁଣିଥରେ ଅଣ୍ଟା ଭିଡିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।