ଆସୁଛି ବାତ୍ୟା ହାମୁନ  

ଆସୁଛି ବାତ୍ୟା ହାମୁନ  

ସମୁଦ୍ର ଭିତରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୁପ ନେବ ବାତ୍ୟା ହାମୁନ । ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ବାତ୍ୟା ହାମୁନ ଏବେ ଉତର- ପୂର୍ବ ଦିଗରେ ଗତି କରୁଛି । ଓଡିଶା ଉପକୂଳରୁ ଦୂର ସମୁଦ୍ରରେ ଗତି କରୁଥିବାରୁ ଏହାର ସିଧା ସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ବର୍ଷା ଜାରି ରହିଛି । ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଏହା ବାଂଲାଦେଶ ଉପକୂଳ ଛୁଇଁବ ଏବଂ ଏହାପରେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଥିବ । ଆଶ୍ୱସ୍ତିକର କଥା ହେଲା ଏହା ବାଂଲାଦେଶ ମୁହାଁଇବ । ଆଇଏମଡିର ଆକଳନ ଅନୁଯାୟୀ ଏହା ଓଡିଶା ଉପକୂଳରୁ ୨ ଶହ କିଲୋମିଟର ଦୂରରେ ସମୁଦ୍ର ଭିତରେ ଗତି କରିବ। ଆଜି ଜଗତସିଂହପୁର ,କେନ୍ଦ୍ରାପଡା ଓ ଭଦ୍ରକରେ ଅଧିକ ବର୍ଷା ହେବା ଅନୁମାନ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *