ଆସୁଛି ମୌସୁମୀ ବର୍ଷାରେ ବୁଡିଯିବ ଓଡିଶା

ଆସୁଛି ମୌସୁମୀ ବର୍ଷାରେ ବୁଡିଯିବ ଓଡିଶା

ତାଣ୍ଡବ ରଚିବ କାଳବେଶାଖୀ । ମୌସୁମୀ ବାୟୁ ଆଜି କେରଳ ଛୁଇଁବ ଏବଂ ରାଜ୍ୟରେ ପ୍ରବଳ ବର୍ଷା ଛେଛିବ । ରାଜ୍ୟରେ ତାତି କଲବଲ କରୁଥିବା ବେଳେ ପୁଣିଥରେ ଏଥିରୁ ଆଶ୍ୱସ୍ତି ମିଳିଛି । ଧୀରେ ଧୀରେ ପାଗ ପରିବର୍ତ୍ତନ ହେବା ସାଙ୍ଗକୁ ବର୍ଷାର ପ୍ରଭାବ ଦେଖାଗଲାଣି । ସକାଳ 6ଟାରୁ ଯେଉଁଠାରେ ଟାଇଁ ଟାଇଁ ଖରା ଦେଖାଯାଉଥାଏ ସେଠାରେ ସକାଳୁ ସକାଳୁ ଭୁବନେଶ୍ୱରରେ ପାଗ ମେଘୁଆ ହୋଇଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ହୋଇଛି । ଯାହା କି ବର୍ଷା ଆସିବାର ସଙ୍କେତ ଦେଉଛି । ଓଡିଶାରେ ମାଡି ଆସୁଛି ଏକ ବଡ ବର୍ଷା ତୁହା କୁ ତୁହା ବର୍ଷା କାଚିବ ଏବଂ ପ୍ରବଳ ବର୍ଷାରେ ଉବୁଡୁବୁ ହେବ ଓଡିଶା । ସେପଟେ ତତଲା କଡେଇରେ ରାଜ୍ୟ ସିଝୁଥିବା ବେଳେ ତାପମାତ୍ରା 40 ଡିଗ୍ରୀ ପାର କରୁଛି । ରାଜ୍ୟରେ କିଛି ସ୍ଥାନରେ ନିର୍ବାଚନର ମାହୋଲ ଜମୁଥିବା ବେଳେ ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ହଁ ଦର୍ଶକବନ୍ଧୁ ମୌସୁମୀ ବାୟୁ ନିର୍ଦ୍ଦାରଣ ସମୟଠାରୁ ଖୁବଶୀଘ୍ର କେରଳ ଛୁଇଁବାକୁ ଯାଉଛି । ଯାହା ଫଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।  ତା ସାଙ୍ଗକୁ ଓଡ଼ିଶା ଉପକୂଳରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ରାଜ୍ୟରେ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଥିବା ବେଳେ ଏହି ସମୟରେ ଅତ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ 31 ତାରିଖରେ ମୌସୁମୀ କେରଳ ଛୁଇଁଥାନ୍ତା କିନ୍ତୁ ଏହି ମୌସୁମୀ ଜଲଦି କେରଳ ଛୁଇଁବାରୁ ରାଜ୍ୟରେ ପ୍ରବଳ ବର୍ଷା କାଚିବ।

author

Related Articles

Leave a Reply

Your email address will not be published. Required fields are marked *