ଆସୁ ଆସୁ ବିଜେପିକୁ ସିଧା ନିଶାନା କଲେ ରାହୁଲ ଗାନ୍ଧି

ଆସୁ ଆସୁ ବିଜେପିକୁ ସିଧା ନିଶାନା କଲେ ରାହୁଲ ଗାନ୍ଧି

ବଲାଙ୍ଗୀରରେ କଂଗ୍ରେସ ନେତ ରାହୁଲ ଗାନ୍ଧିଙ୍କ ରଣହୁଙ୍କାର । ଆସୁ ଆସୁ ବିଜେପି ଉପରକୁ ସିଧା ନିଶାନା କଲେ ରାହୁଲ । ସମ୍ବିଧାନ ବଦଳାଇବାକୁ ନେଇ ମୋଦି ସରକାରଙ୍କୁ ଘେରିବା ସହ ସମ୍ବିଧାନକୁ କେହି ବି ଛୁଇଁପାରିବେନି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ଏହା ସହ ଏ ଲଢେଇ ଦୁଇ ବିଚାରାଧାରା ଭିତରେ ଚାଲିଛି । ଏବଂ ଏକ ରାଜନୈତିକ ଦଳ କହିଛି ଯେ, ନିର୍ବାଚନ ଜିତିଲେ ସେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ବିଜେପିର ବଡ ବଡ ନେତା ମଧ୍ୟ କହୁଛନ୍ତି, ନିର୍ବାର୍ଚନ ଜିତିଲେ ସମ୍ବିଧାନକୁ ଚିରିକି ଫୋପାଡିଦେବେ । ହେଲେ ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ । ଅନ୍ୟପଟେ ଯଦି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ, ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି ।

author

Related Articles

Leave a Reply

Your email address will not be published. Required fields are marked *