ଆହୁରି କଲବଲ କରିବ ଶୀତ

ଆହୁରି କଲବଲ କରିବ ଶୀତ

ଆହୁରି କମିବ ରାତି ତାପମାତ୍ରା । ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବ ବୋଲି କୁହାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ତେବେ ଶୀତ ବଢିବା ସହିତ ୧୫ ଯାଏ କୁହୁଡି ମଧ୍ୟ ବଢିବ ବୋଲି ଜଣାପଡିଛି । ଏହା ଭିତରେ ୧୭ରେ ଉତ୍ତର ଓଡିଶାରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ପଶ୍ଚିମଝଡ ପ୍ରଭାବରେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

author

Related Articles

Leave a Reply

Your email address will not be published. Required fields are marked *