ଆହୁରି ଜଳିବ ଓଡିଶା

ଆହୁରି ଜଳିବ ଓଡିଶା

ରାଜ୍ୟରେ ବଢୁଛି ପ୍ରଚଣ୍ଡ ତାତିର ପ୍ରବାହ । ସକାଳ ହେଲାମାତ୍ରେ କଲବଲ କରୁଛି ତାତି । ଗତକାଲି ୭ ସହରରେ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା । ୪ ତାରିଖରୁ ଆହୁରି ତାତି ବଢିବା ନେଇ ଓଡିଶା ପାଣିପାଗ କେନ୍ଦ୍ର ଆକଳନ କରିଛି । ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର ଓ କନ୍ଧମାଳ, କଳାହାଣ୍ଡି,ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।


ସୋମବାର ଝାରସୁଗୁଡା ଏବଂ ବାରିପଦାରେ ତାପମାତ୍ରା ସର୍ବାଧିକ ୪୦.୪ଡ଼ିଗ୍ରୀ ଥିବାବେଳେ ବଲାଙ୍ଗୀରରେ ୪୦.୩ଡ଼ିଗ୍ରୀ ସହ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟିଲାଗଡରେ ତାତି ୪୦ଡ଼ିଗ୍ରୀ ଛୁଇଁଛି । ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ୩୯.୪ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପାଣି ଅଭାବ ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ କୁହାଯାଇଛି । ବଜାର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସମାବେଶ ସ୍ଥଳରେ ପାନୀୟ ଜଳ କିଓସ୍କ ଖୋଲିବା ସହ ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ପ୍ରତିଷେଧକ ରକ୍ଷଣାବେକ୍ଷଣ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *