ଆହୁରି ବଢିବ ଶୀତ

ଶୀତରେ ଥରୁଛି ସାରା ଓଡ଼ିଶା। ବିଭିନ୍ନ ସ୍ଥାନର ରାତି ତାପାମାତ୍ରା ହ୍ରାସ ପାଇଥିବାବେଳେ ୮.୩ ଡିଗ୍ରୀ ସହ ସୁନ୍ଦରଗଡ ର କିରେଇ ସବୁଠାରୁ ଥଣ୍ଡା ଅଞ୍ଚଳ ପାଲଟିଛି। କନ୍ଧମାଳ ର ଜି.ଉଦୟଗିରି ରେ ୮.୪ ଡିଗ୍ରୀ, ଫୁଲବାଣୀ ରେ ୮.୫ ଡିଗ୍ରୀ, କୋରାପୁଟ ରେ ୯.୫ ଡିଗ୍ରୀ, ଭଦ୍ରକ ରାଣିତାଲ ରେ ୯.୬ ଡିଗ୍ରୀ, ରାଉରକେଲା ରେ ୯.୮, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ, ଦାରିଙ୍ଗବାଡି ରେ ୧୦ ଡିଗ୍ରୀ ଓ ଝାରସୁଗୁଡାରେ ୧୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଚି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପ୍ରକାର ସିଷ୍ଟମ ନଥିବାରୁ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରୁଚି। ଫଳରେ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୫ ଦିନ ଯାଏଁ ଏଭଳି ଥଣ୍ଡା ଲାଗି ରହିବ। ସେପଟେ ଟ୍ୱିନ ସିଟି ରେ ୧୩ଡ଼ିଗ୍ରୀ ଛୁଇଁଲା ପାରଦ ।

author

Related Articles

Leave a Reply

Your email address will not be published. Required fields are marked *