ଆହୁରି ୪ ଦିନ କାଚିବ ବର୍ଷା…

ଆହୁରି ୪ ଦିନ କାଚିବ ବର୍ଷା…

ରାଜ୍ୟରେ ଏବେ ବଦଳିଛି ପାଗର ମିଜାଜ । ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହୁଛି । ଆହୁରି ଚାରି ଦିନ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଉଛି । ୨୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ବଜ୍ରପାତ ସହିତ ଝଡବର୍ଷାର ବି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଉତ୍ତର – ପଶ୍ଚିମ ବଙ୍ଗୋପସାଗର ଉପରେ ଘୂଣ୍ଣିବଳୟ ସକ୍ରିୟ ରହିଛି ଏବଂ ବର୍ତମାନ ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ- ପଶ୍ଚିମ ଆଡକୁ ଢଳି ରହିଛି । ଯାହା ଫଳରେ ମୌସୁମୀ ସକ୍ରିୟ ରହିବ । ଏହା ସହ ୨୪ ଘଣ୍ଟା ପାଇଁ ଓଡିଶାର ଜଗତସିଂହପୁର, କଟକ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଝଟକା ପବନରେ ବେଗ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟାରେ ବହିବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *