ଚପଲ ପିନ୍ଧିକି ଡଙ୍ଗା ଭସା . ଥରେ ଦେଖନ୍ତୁ ଏହି ଦୃଶ୍ୟକୁ . ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ମହାନଦୀରେ ଡଙ୍ଗାଭସାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା .ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ଏଇ କଣ ଓଡିଆ ପରମ୍ପରା ?ଏମିତି ଆମ ଓଡ଼ିଆ ଅସ୍ମିତା .ତେବେ ନିକଟରେ କଟକ ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିବା ପାଇଁ ପହଂଚିଥିଲେ ମୁଖ୍ୟମନ୍ତ୍ରୀ .ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଥିଲେ .ସେଠାରେ ଉଭୟ ନଦୀରେ ଡଙ୍ଗା ଭସାଉଥିବା ନଜର ଆସିଥିଲେ ଯେଉଁ ସମୟରେ ସେମାନେ ଚପଲ ପିନ୍ଧିଥିଲେ .ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି . ତେବେ ଆପଣ କୁହନ୍ତୁ ଚପଲ ପିନ୍ଧି ଡଙ୍ଗା ଭସାଇବା ଠିକ ନା ଭୁଲ .
ତେବେ ଗତ କାଲି ବିଭିନ୍ନି ନଦୀ ପୋଖରୀରେ ରେ ଲାଗିଥିଲା .ଶ୍ରଦ୍ଧାଳୁଙ୍କ ଭିଡ଼ .ଲୋକେ ନଦୀରେ ବୁଡ଼ ପକାଇ ଡଙ୍ଗା ଭସାଉଥିଲେ . କିନ୍ତୁ କାହାରିକୁ ଚପଲ ପିନ୍ଧି ଭସାଇବା ଦେଖିବାକୁ ମିଳିନଥିଲା . ସେହିପରି ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ଡଙ୍ଗା ଭସାଇବା ପାଇଁ ବିନ୍ଦୁସାଗର ପାଖରେ ପହଂଚିଥିଲେ . ତାଙ୍କୁ ମଧ୍ୟ ଖାଲି ପାଦରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା .