ଦିନକୁ ଦିନ ବଢିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ହାଜର ହେଉନାହାନ୍ତି କେଜ୍ରିୱାଲ । ଇଡିର ବାରମ୍ୱାର ସମନକୁ ଏଡାଇ ଯାଉଛନ୍ତି। ମାତ୍ର ଏଥର ହାଜର ନହେଲେ ମଧ୍ୟ ଜବାବ ଦେବେ ବୋଲି କହିଛନ୍ତି କେଜ୍ରିୱାଲ।ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବରୁ ୭ଥର ନୋଟିସ୍ କରିସାରିଛି ଇଡି। ହେଲେ ସେ ଥରେ ସୁଦ୍ଧା ହାଜର ହୋଇନାହାନ୍ତି। ଗତ ୭ଟି ନୋଟିସରେ ହାଜର ହୋଇନଥିବା କେଜ୍ରିୱାଲ୍ ଅଷ୍ଟମ ନୋଟିସରେ ବି ହାଜର ହେବେନି। କିନ୍ତୁ ମାର୍ଚ୍ଚ ୧୨ ତାରିଖ ପରେ ସେ ଭିଡିଓ କନଫରେନସିଂରେ ହାଜର ହୋଇ ଏନେଇ ଜବାବ ରଖି ପାରିବେ ବୋଲି କହିଛନ୍ତି।
You can share this post!
author