ଇଡି ଘେରରେ ହେମନ୍ତ ସୋରେନ

ଇଡି ଘେରରେ ହେମନ୍ତ ସୋରେନ

ଇଡି ଘେରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜମି ଦୁର୍ନୀତି ସହ ଅର୍ଥ ହେରଫେର ମାମଲାରେ ତାଙ୍କୁ ପଚାରାଉଚୁରା କରିବାକୁ ସକାଳୁ ଉଭୟ ଉଡି ଅଧିକାରୀ ଓ ଦିଲ୍ଲୀ ପୋଲିସ ଜଗି ବସିଥିବାବେଳେ ସୋରେନ କିନ୍ତୁ ତାଙ୍କ ବାସଭବନରେ ନଥିବା ଜଣାପଡିଛି । ଫଳରେ ତାଙ୍କର ଲୋକେସନ୍ ଟ୍ରେସ୍ କରାଯାଉଥିବା ଜଣାପଡିଛି । ଅନ୍ୟପଟେ ରାଞ୍ଚିରେ ମେଳି ବାନ୍ଧିବାରେ ଲାଗିଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ତଥା ସମର୍ଥକ । ରାଞ୍ଚିରେ ଝାଡ଼ଖଣ୍ଡର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜେଏମଏମ କର୍ମୀମାନେ ମୋରହାବାଡି ମଇଦାନରେ ଏକାଠି ହେଉଛନ୍ତି। ସମସ୍ତେ ଅଭିଯୋଗ କରିଛନ୍ତି ଯେ ,ଇଡି ଜାଣିଶୁଣି ହେମନ୍ତ ସୋରେନଙ୍କୁ ହଇରାଣ କରୁଛି।

author

Related Articles

Leave a Reply

Your email address will not be published. Required fields are marked *