ଇଣ୍ଡିଆ ବଦଳରେ ଭାରତ

ଇଣ୍ଡିଆ ବଦଳରେ ଭାରତ

ଏନ୍‌ସିଇଆରଟି ବହିରେ ଇଣ୍ଡିଆ ବଦଳରେ ଭାରତ ପଢିବେ ଛାତ୍ରଛାତ୍ରୀ । ବହିରେ ଇଣ୍ଡିଆ ବଦଳରେ ଭାରତ କରିବାକୁ ଏନ୍‌ସିଇଆରଟି ପ୍ୟାନେଲର ସର୍ବସମ୍ମତିରେ ନିଷ୍ପତି ହୋଇଛି । କିଛି ମାସ ପୂର୍ବରୁ ଏହି ପ୍ରସ୍ତାବ ଆସିଥିଲା ଏବେ ଏହି ପ୍ରସ୍ତାବଟିକୁ ସିକୃତି ମିଳିସାରିଥିବା ବେଳେ ଏନସିଆରଟି ନୂଆ ବହିରେ ଏଣିକି ଇଣ୍ଡିଆ ବଦଳରେ ଭାରତ ପ୍ରିଟିଙ୍ଗ ହେବ । ଏନସିଆରଟି ପ୍ୟାନେଲର ଜଣେ ସଦସ୍ୟଙ୍କ କହିବା ଅନୁସାରେ ଯଦି ଦିଆଯାଇଥିବା ପ୍ରସ୍ତାବ ପାସ୍ ହୁଏ ତେବେ ଏନସିଆରଟିର ପରବର୍ତୀ ବହିରେ ଇଣ୍ଡିଆ ବଦଳରେ ଭାରତ କରିଦିଆଯିବ । କିଛିଦିନ ତଳେ ଦେଶର ନାମ ଇଣ୍ଡିଆ କୁ ଭାରତ କରିବା ନେଇ ଚର୍ଚ୍ଚା ଚାଲିଥିଲା । ଜି-୨୦ ଇଭେଣ୍‌ଟ ପାଇଁ  ଭାରତର ରାଷ୍ଟପତିଙ୍କୁ ଯେେଉଁ  ନିମତ୍ରଣ ପତ୍ର ଦିଆଯାଇଥିଲା ସେଥିରେ ପ୍ରେସିଡେଣଟଂ ଅଫ୍ ଇଣ୍ଡିଆ ବଦଳରେ ପ୍ରସିଡେଣଟଂ ଅଫ୍ ଭାରତ ଲେଖାଯାଇଥିଲା । ଜି-୨୦ ସମ୍ମିଳନୀରେ ଇଣ୍ଡିଆ ବଦଳରେ ଚିହ୍ନିତ ହୋଇଥିଲା ଭାରତ ।

author

Related Articles

Leave a Reply

Your email address will not be published. Required fields are marked *